www.samajalive.in
Tuesday, December 9, 2025
19.1 C
Bhubaneswar

ଅଜଣା ରୋଗରେ ଗୋରୁଗାଈ ଆକ୍ରାନ୍ତ, ଚିନ୍ତାରେ ଚାଷୀ

ଖୁଣ୍ଟା: ଖୁଣ୍ଟା ବ୍ଲକର ବିଭିନ୍ନ ଗ୍ରାମରେ ଗୋରୁଗାଈମାନେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଗୋରୁଗାଈ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ପଡୋଶୀ ବ୍ଲକରେ ଗୋରୁ ଗାଈ ମାନଙ୍କୁ ବସନ୍ତ ରୋଗ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ  ଖୁଣ୍ଟା ବ୍ଲକରେ ଗୋରୁଗାଈ ମାଲିକ ମାନେ ତାଙ୍କ ଗୋରୁଗାଈ ମାନଙ୍କୁ ବସନ୍ତ ରୋଗ ହୋଇଥିବା ସନ୍ଦେହ କରି ଭୟଭିତ ହୋଇପଡିଛନ୍ତି। ପରିସ୍ଥିତି ଉଦବେଗ ଜନକ ଥିବାରୁ ଖୁଣ୍ଟା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆକ୍ରାନ୍ତ ଗୋରୁଗାଈଙ୍କୁ ଚିକିତ୍ସା କରାଯାଉଛି। ଆକ୍ରାନ୍ତ ଗୋରୁଗାଈ ମାନଙ୍କ ଶରୀର ସାରା ଫୋଟକା ଭଳି ଫୁଲିଯାଉଥିବା ବେଳେ କେତେକଙ୍କ ଠାରେ ଉକ୍ତ ଫୁଲା ସ୍ଥାନ ଗୁଡିକ ପାଚି ଯାଇ ଫାଟିଯିବା ସହ ଘା’ରେ ପରିଣତ ହେଉଛି। କେତେକଙ୍କ ଗୋଡରେ ଗଣ୍ଠି ସ୍ଥାନ ଗୁଡିକ ଫୁଲି ଯିବା ଫଳରେ ସେମାନେ ଛୋଟେଇ ଛୋଟେଇ ଚାଲୁଛନ୍ତି। ବର୍ତ୍ତମାନ ଚାଷ କାର୍ୟ୍ୟ ସମୟରେ ବଳଦ ଭରଷାରେ ଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଦୁଗ୍ଧ ଚାଷୀ ମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ଖୁଣ୍ଟା ପ୍ରାଣୀ ଚିକିତ୍ସା କେନ୍ଦ୍ର ସେବା କ୍ଷେତ୍ର ମଧ୍ୟରେ ଥିବା ଖୁଣ୍ଟା ବ୍ଲକର କଟ୍ରାଶୋଳ,ଗଡିଗାଁ, ଧରମପୁର, ନୂଆସାହି, ଧାନଘେରା, ଖୁଦପୁଟୁଳି, ବୃନ୍ଦାବନ ଚନ୍ଦ୍ରପୁର, ଚୁନଡିହା, ଅଙ୍ଗାରକୁଣ୍ଡିଆ, ଛତ୍ରମା, ବାହାନଡା ସମେତ ଗୋପବନ୍ଧୁ ନଗର ବ୍ଲକର ବଡଖୁଣ୍ଟା ଓ ଟାଙ୍ଗଣାକୁ ମିଶାଇ ୧୩ ଗୋଟି ଗ୍ରାମରେ ମୋଟ ୬୮ ଗୋରୁଗାଈ ଉକ୍ତ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବା ବିଭାଗୀୟ ସର୍ଭେରୁ ଜଣା ଯାଇଛି। ଆକ୍ରାନ୍ତ ଗୋରୁଗାଈ ମାନଙ୍କୁ ଚିକିତ୍ସା କେନ୍ଦ୍ର ସମେତ ଅନ୍ୟ ୫ଗୋଟି ଉପକେନ୍ଦ୍ର ମାଧ୍ୟମରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ପ୍ରାଣୀଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଖୁଣ୍ଟା ବ୍ଲକ ବିଭିଓ ସୁଧାଂଶୁ ଶେଖର ମଣ୍ଡଳ ଓ ଏଭିଏଏସ ଅର୍ଚ୍ଚନା ଷଢଙ୍ଗୀ ଉକ୍ତ ରୋଗକୁ ଏକ ପ୍ରକାର ଭୁତାଣୁ ଜନିତ ଚର୍ମରୋଗ ବୋଲି କହିଛନ୍ତି। ୩ରୁ ୫ଦିନ ଚିକିତ୍ସା କରାଗଲେ ଗୋରୁଗାଈ ମାନେ ସୁସ୍ଥ ହୋଇଯାଉଥିବା ବେଳେ ଏଥିରେ ଆତଙ୍କିତ ନହେବାକୁ ସେମାନେ କହିଛନ୍ତି। ଆକ୍ରାନ୍ତ ଗାଇଗୋରୁ ମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ବିଭାଗୀୟ ଜିଲ୍ଲା ପରୀକ୍ଷାଗାରକୁ ପଠା ଯାଇଛି। ରିପୋର୍ଟ ଆସିଲେ ରୋଗ ଚିହ୍ନଟ ହୋଇପାରିବ ବୋଲି ବିଭିଓ ସୁଧାଂଶୁ ଶେଖର, ମଣ୍ଡଳ କହିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories