www.samajalive.in
Sunday, December 7, 2025
26.1 C
Bhubaneswar

ତରୁଣ ତେଜପାଲଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ମାମଲା ରଦ୍ଦ କରିିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ତେହଲକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ମାମଲା ରଦ୍ଦ କରିବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଏହାସହ ୬ ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ଗୋଆର ମାପୁସାସ୍ଥିତ କୋର୍ଟରେ ତେଜପାଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ଚାଲିଛି। ତେଜପାଲଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ଏବଂ ଅପହରଣ ମାମଲାକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଗତ ଶୁଣାଣିରେ ଅଦାଲତ ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ସୋମବାର ଶୁଣାଣି ବେଳେ ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଏମଆର ଶାହଙ୍କ ପୀଠ ପ୍ରଶ୍ନ କରିଥିଲେ ଯେ ଯୌନ ଉତ୍ପୀଡ଼ନ ମାମଲା ଯଦି ମିଥ୍ୟା, ତେବେ କାହିଁକି ତରୁଣ ତେଜପାଲ ପୀଡ଼ିତାକୁ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ଗୋଆ ଅଦାଲତରେ ଏହି ମାମଲାର ଶୁଣାଣି ଚାଲୁ ରହିବ।

- Advertisement -

ପ୍ରକାଶଯୋଗ୍ୟ ଯେ ୨୦୧୩ ନଭେମ୍ବରରେ ନିଜର ଜଣେ କନିଷ୍ଠ ସହକର୍ମୀଙ୍କୁ ଯୌନ ଉତ୍ପୀଡ଼ନ ଦେଇଥିବା ନେଇ ତେଜପାଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଯୌନ ଉତ୍ପୀଡ଼ନ ମାମଲା ରୁଜୁ ହେବା ପରେ ତେଜପାଲ ତେହଲକା ସମ୍ପାଦକ ପଦ ଛାଡ଼ି ଦେଇଥିଲେ। ତେଜପାଲଙ୍କୁ ଆଇପିସି ଧାରା ୩୭୬-୨ (ବଳାତ୍କାର), ୩୪୧, ୩୪୨, ୩୫୪ (କ) (ଯୌନ ଉତ୍ପୀଡ଼ନ) ୩୫୪ (ଖ)ରେ ଅଭିଯୁକ୍ତ କରାଯାଇଛି। ୨୦୧୩ ନଭେମ୍ବର ୩୦ରେ ପୁଲିସ୍‍ ତରୁଣଙ୍କୁ ଗିରଫ କରିଥିଲା। ୨୦୧୪ରୁ ସେ ଜାମିନରେ ଅଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories