ପୁଞ୍ଚରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ, ୧୦ ବର୍ଷର ବାଳକ ଗୁରୁତର

ଶ୍ରୀନଗର : ପୁଞ୍ଚ ଜିଲା ମେଣ୍ଢର ସବଡିଭିଜନରେ ରବିବାର ପାକିସ୍ତା ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରାଯାଇଛି।
ସୀମାନ୍ତ ଗ୍ରାମକୁ ଲକ୍ଷ୍ୟ କରି ପାକିସ୍ତାନ ପକ୍ଷରୁ ଗୁଳି ଓ ଗୋଳା ମାଡ଼ କରାଯାଇଛି। ଏଥିରେ ମନକୋଟ ତହସିଲ ଅଧୀନ ଏକ ଗ୍ରାମର ଜଣେ ୧୦ ବର୍ଷର ବାଳକ ଗୁରୁତର ହୋଇଛି। ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

prayash

ଜାମ୍ମୁ କାଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ଶନିବାର ସକାଳେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ପାକିସ୍ତାନ ସେନା ପ୍ରବଳ ଗୁଳି ଓ ଗୋଳା ବର୍ଷଣ କରିଥିଲେ। ଗୁଳି ବିନିମୟରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଶନିବାର ସକାଳୁ ପାକିସ୍ତାନ ନୌସେନର ସେକ୍ଟରର ସେନା ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ମାଡ଼ କରୁଛି। କୁହାଯାଉଛି ଯେ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା ପାଇଁ ପାକିସ୍ତାନ ସେନା ସୀମାରେ ଏଭଳି ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି।

kalyan agarbati

Comments are closed.