ଭୁବନେଶ୍ବର : ନିତି ଆୟୋଗ ପକ୍ଷରୁ ମୁମ୍ବଇରେ ଆୟୋଜିତ କୃଷି ସମ୍ପର୍କିତ ଉଚ୍ଚ କ୍ଷମତାପନ୍ନ କମିଟି ବୈଠକରେ କୃଷିମନ୍ତ୍ରୀ ଅରୁଣ ସାହୁ ଯୋଗ ଦେଇ ଓଡିଶା ଫେରିଛନ୍ତି । ଏହି ବୈଠକରେ ସେ ଓଡ଼ିଶା ପାଇଁ ୬ଟି ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ଚାଷୀଙ୍କର ଉନ୍ନତି ସହ ସେମାନେ କିପରି ତାଙ୍କର ଅଧିକାର ପାଇପାରିବେ ଏବଂ ଭାଗଚାଷୀ ଯେପରି ସହଯରେ କୃଷି ଋଣ ପାଇ ପାରିବେ ଏଦିଗରେ ବୈଠକରେ ଗୁରୁତ୍ବ ଦିଆଯାଇଛି। କୃଷି, ପଶୁପାଳନ ଉନ୍ନତି କ୍ଷେତ୍ରରେ ନୂତନ ପଦକ୍ଷେପ, ମତ୍ସ୍ୟଚାଷୀଙ୍କୁ ବୀମାରେ ଅନ୍ତର୍ଭୁକ୍ତ କରିବା, କୃଷକଙ୍କ ଦକ୍ଷତା ବିକାଶ ଓ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଆଧୁନିକ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଚାଷ ପ୍ରଣାଳୀଙ୍କୁ ସୁଦୃଢ ପାଇଁ ଏହି ବୈଠକରେ ପ୍ରସ୍ତାବ ଶ୍ରୀ ସାହୁ ପ୍ରସ୍ତାବ ଦେଇଛନ୍ତି ।
Popular Categories



