ସ୍ତ୍ରୀ ସହ ୪ ବର୍ଷର ଝିଅକୁ ବିଭତ୍ସ ଭାବେ ହତ୍ୟା କଲା ନୃଶଂସ ସ୍ୱାମୀ

ଦ୍ୱାରଶୁଣୀ : ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଦକ୍ଷିଣଶୋଳ ଗ୍ରାମରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା ପରେ ୪ ବର୍ଷର ଝିଅକୁ ବି ହତ୍ୟା କରିବାକୁ ପଛାଇ ନଥିଲା ନୃଶଂସ ସ୍ୱାମୀ। ଦକ୍ଷିଣଶୋଳ ଗ୍ରାମର ଜୟୀରାମ ମୁର୍ମୁ ଅତି ନୃଶଂସ ଭାବେ ନିଜ ସ୍ତ୍ରୀ ସୁମିୟା ମୁର୍ମୁଙ୍କୁ ହତ୍ୟା କରିଛନ୍ତି। ସୁମିୟାଙ୍କ ଯୌନାଙ୍ଗରେ ବାଉଁଶ ବାଡ଼ି ପୁରାଇ ଅମାନବୀୟ ଭାବେ ହତ୍ୟା କରିଥିଲେ କିନ୍ତୁ ଏତିକିରେ ଜୟୀରାମଙ୍କ ରାଗ ଶାନ୍ତ ହୋଇ ନଥିଲା ଶେଷରେ ୪ବର୍ଷର ଝିଅ ସୁଖମଣି ମୁର୍ମୁଙ୍କୁ ମାରି ଘର ପଛପଟେ ଥିବା ବାଉଁଶ ବଣରେ ଫିଙ୍ଗିଦେଇ ଦେଇଥିଲେ। ନିଜେ ହତ୍ୟା କରିବା ପରେ ସତ ଲୁଚାଇବାକୁ ଯାଇ ତା ସ୍ତ୍ରୀ ଓ ଝିଅକୁ କେହି ମାରି ବାଉଁଶ ବଣରେ ଫିଙ୍ଗି ଦେଇଥିବା ଗ୍ରାମବାସୀଙ୍କୁ କହିଥିଲା। ଗ୍ରାମବାସୀ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଝାରପୋଖରିଆ ଥାନାଧିକାରୀ ଗାଁରେ ପହଁଚି ତଦନ୍ତ କରିଥିଲେ। ତଦନ୍ତ ସମୟରେ ଜୟୀରାମ ନିଜେ ସ୍ତ୍ରୀ ଓ ଝିଅଙ୍କୁ ହତ୍ୟା କରିଥିବା ସ୍ୱିକାର କରିଥିଲେ।

kalyan agarbati

Comments are closed.