ବୀରଚକ୍ରରେ ସମ୍ମାନୀତ ହେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଭାରତର ତୃତୀୟ ସର୍ବବୃହତ ଯୁଦ୍ଧ ପଦକ ବୀର ଚକ୍ରରେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ସମ୍ମାନୀତ କରାଯିବ। ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପ୍ରତିକିୟାଶୀଳ ହୋଇଥପଡିଥିଲା ପାକିସ୍ତାନ। ବାଲାକୋଟରେ ଭାରତୀୟ ବାୟୁସେନା ଜୈଶ ଏ ମହମ୍ମଦ କ୍ୟାମ୍ପ ଉପରେ ଆକ୍ରମଣ କରିବାପରେ ପାକିସ୍ତାନ ସେନା ଭାରତ ଉପରେ ପ୍ରତିଶୋଧ ନେବାକୁ ଯୁଦ୍ଧବିମାନ ପଠାଇଥିଲା। ଆକ୍ରମଣ ଉଦ୍ଦେଶ୍ୟରେ ପାକିସ୍ତାନ ସେନାର ଯୁଦ୍ଧ ବିମାନ ଏଫ-୧୬ ଭାରତ ସୀମାକୁ ପ୍ରବେଶ କରିଥଲା। ପାକିସ୍ତାନ ଯୁଦ୍ଧବିମାନକୁ ପିଛାକରିଥିଲା ଭାରତୀୟ ଯୁଦ୍ଧ ବିମାନ ମିଗ -୨୧। ଏହି ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ମିଗ-୨୧ ଯୁଦ୍ଧ ବିମାନ ଜରିଆରେ ପାକିସ୍ତାନର ଗୋଟିଏ ଯୁଦ୍ଧ ବିମାନ ଏଫ-୧୬ କୁ ତଳକୁ ଖସାଇ ଦେଇଥିଲେ। ପାକିସ୍ତାନର ପାଲଟା ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇ ପିଓକେରେ ଖସିପଡିବାରୁ ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା। ଭାରତର ଚାପ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇ ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଦେଇଥିଲା।

kalyan agarbati

Comments are closed.