ବାଲାକୋଟରେ ପରାକ୍ରମ ଦେଖାଇଥିବା ୫ ପାଇଲଟଙ୍କୁ ସମ୍ମାନୀତ କରିବ ବାୟୁସେନା
ନୂଆଦିଲ୍ଲୀ: ଆସନ୍ତାକାଲି ଦେଶ ପାଳିବ ୭୩ତମ ସ୍ୱାଧିନତା ଦିବସ। ଏହି ଅବସରରେ ଫେବୃଆରୀ ୧୪ ତାରିଖରେ ପାକିସ୍ତାନର ବାଲାକୋଟରେ ପରାକ୍ରମ ଦେଖାଇ ଆତଙ୍କବାଦୀ ଆଡ୍ଡାଗୁଡିକୁ ଧଂସ କରିଦେଇଥିବା ମିରାଜ ୨୦୦୦ ଯୁଦ୍ଧ ବିମାନର ୫ ଜଣ ପାଇଲଟଙ୍କୁ ସମ୍ମାନୀତ କରିବ ବାୟୁସେନା। ୫ଜଣ ବୀର ପାଇଲଟଙ୍କୁ ବାୟୁସେନା ମେଡାଲ ପ୍ରଦାନ କରାଯିବା ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ସ୍ୱାଧିନତା ଦିବସରେ ୱିଙ୍ଗ କମାଣ୍ଡର ଅମିତ ରଂଜନ , ସ୍କ୍ୱାଡନ ଲିଡର ରାହୁଲ ବସୋୟା , ପଂକଜ ଭୁଜଡ଼େ, ବିକେଏନ ରେଡ୍ଡି ଓ ଶଂଶାଙ୍କ ସିଂହଙ୍କୁ ସେମାନଙ୍କ ବୀରତ୍ୱର ପୁରସ୍କାର ସ୍ୱରୁପ ପଦକ ପ୍ରଦାନ କରାଯିବ। ଏହି ବୀର ପାଇଲଟମାନେ ପାକିସ୍ତାନ ଅଧିକୃତ କାଶ୍ମୀର ସୀମାରେ ଥିବା ଜୈଶ ଏ ମହମ୍ମଦର ଆତଙ୍କବାଦୀ ଆଡ୍ଡାକୁ ଉଡ଼ାଇ ଦେଇଥିଲେ । ସୂଚନାଯୋଗ୍ୟ ଫେବୃଆରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ଶହୀଦ ହୋଇଥିଲେ। ଏହାପରେ ଭାରତୀୟ ସେନାପକ୍ଷରୁ ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିବାପାଇଁ ବାଲାକୋଟରେ ଏୟାରଷ୍ଟ୍ରାଇକ କରାଯାଇଥିଲା । ପାକିସ୍ତାନ ଅଧିକୃତ କାଶ୍ମୀର ସୀମାରେ ୧୨ଟି ଯୁଦ୍ଧ ବିମାନ ସୀମା ଉଲ୍ଲଂଘନ କରି ପ୍ରାୟ ୧୦୦୦ କିଲୋଗ୍ରାମରୁ ଅଧିକ ବୋମାରେ ଆକ୍ରମଣ କରି ଆତଙ୍କୀଙ୍କ କ୍ୟାମ୍ପକୁ ଧ୍ୱଂସ କରିଦେଇଥିଲେ ।
Comments are closed.