ଭାରତକୁ ‘ଜିହାଦ’ର ଧମକ ଦେଲେ ପାକିସ୍ତାନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପାକିସ୍ତାନ ନେତାମାନେ ଭାରତକୁ ଖୋଲାଖୋଲି ଧମକ ଦେଉଛନ୍ତି। ଏହି କ୍ରମରେ ପାକିସ୍ତାନ ସ୍ୱାଧୀନତା ଦିବସରେ ବୁଧବାର ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭୀ ଭାରତକୁ ‘ଜିହାଦ’ର ଧମକ ଦେଇଛନ୍ତି।

prayash

ଆରିଫ ଅଲଭୀ କହିଛନ୍ତି ଯେ ପାକିସ୍ତାନ ଯୁଦ୍ଧ ଚାହେନାହିଁ, ହେଲେ ଭାରତ ଯୁଦ୍ଧ କଲେ ପାକିସ୍ତାନ ପାଖରେ ‘ଜିହାଦ’ ବିନା ଅନ୍ୟ କୌଣସି ରାସ୍ତା ନାହିଁ। ପାକିସ୍ତାନ କାଶ୍ମୀର ଲୋକଙ୍କ ସହ ଠିଆ ହୋଇଛି। ପାକିସ୍ତାନ ସର୍ବଦା କାଶ୍ମୀର ଲୋକଙ୍କ ସହ ରହିବ ଓ ସହଯୋଗ କରିବା ଛାଡ଼ିବନାହିଁ। ଏହି ମାମଲାକୁ ନେଇ ପାକିସ୍ତାନ ମିଳିତ ଜାତିସଂଘର ସୁରକ୍ଷା ପରିଷଦ ପର୍ଯ୍ୟନ୍ତ ଯିବ। ଭାରତ ଏକତରଫା ନିଷ୍ପତ୍ତି ନେଇ ମିଳିତ ଜାତିସଂଘ ନିୟମ ଉଲ୍ଲଙ୍ଘନ କରିବା ସହ ସିମଲା ରାଜିନାମା ଭାଙ୍ଗିଛି ବୋଲି ସେ ଅଭିଯୋଗ କରିଛନ୍ତି।
ପ୍ରକାଶ ଯେ ବିଶ୍ୱ ସମୂଦାୟରେ ପାକିସ୍ତାନ ଏକ ଘରିଆ ହୋଇଯାଇଛି। କାଶ୍ମୀର ପ୍ରସଙ୍ଗରେ କୌଣସି ରାଷ୍ଟ୍ର ପାକିସ୍ତାନର କଥା ଶୁଣୁନାହାନ୍ତି। ସବୁଠୁ ନିରାଶା ମିଳିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ଭାରତ ସହ ସମସ୍ତ କୂଟନୈତିକ ଓ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ଚ୍ଛିନ୍ନ କରିବା ପରେ ପାକିସ୍ତାନ ଅର୍ଥନୀତି ଦୁର୍ବଳ ହେବାରେ ଲାଗିଛି। ଫଳରେ ହଡ଼ବଡ଼ରେ ପାକିସ୍ତାନର ରାଜନେତାମାନେ ଭାରତକୁ ଗୋଟିଏ ପରେ ଗୋଟିଏ ଧମକ ଦେଇଚାଲିଛନ୍ତି।

kalyan agarbati

Comments are closed.