www.samajalive.in
Monday, December 8, 2025
14.1 C
Bhubaneswar

ବାହ୍ୟ ଜଗତରୁ ବିଚ୍ଛିନ୍ନ କନ୍ଧମାଳ-କଳାହାଣ୍ଡି

ତୁମୁଡିବନ୍ଧ: ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଓ କଳାହାଣ୍ଡି ଜିଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । କନ୍ଧମାଳ ଜିଲାର ତୁମୁଡିବନ୍ଧ ବ୍ଲକର ସିର୍ଲା, ଲଙ୍କାଗଡ଼, ଭଣ୍ଡାରଙ୍ଗୀ, ଝିରିପାଣି ଗ୍ରାମ ଓ କୋଟଗଡ ବ୍ଲକର ପାରିଗଡ଼ ପଞ୍ଚାୟତକୁ ଗମନାଗମନ ହୋଇପାରୁନାହିଁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଫଳରେ ତୁମୁଡିବନ୍ଧ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଚାଉଳଧୁଆ, ଉତ୍ତେଇନଦୀ, ରାଉଳ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ବର୍ଷା ପାଣି ପସି ୪୦ଟି ମାଟିଘରର କାନ୍ଥ ମଧ୍ୟ ପଡିଯାଇଛି ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରାଯାଇ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି ତୁମୁଡିବନ୍ଧ ତହସିଲଦାର ଶ୍ରୀ ନାୟକ କହିଛନ୍ତି

ସେପଟେ ରାୟପୁରଗୋପାଳପୁର ୫୯ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ମଣ୍ଡଳପଦର ନିକଟରେ ଏକ ଅସ୍ଥାୟୀ ଡାଇଭର୍ଶନ ଭାସିଯାଇଥିବା ଜଣାପଡ଼ିଛି ଏହା ଫଳରେ ୨ଦିନ ହେଲା କନ୍ଧମାଳ ଜିଲ୍ଲା ସହ ପଡୋଶୀ କଳାହାଣ୍ଡି ଜିଲ୍ଲା ସମେତ ଭବାନୀପାଟଣାକଟକ, ଧର୍ମଗଡ଼ବ୍ରହ୍ମପୁର, ବଲାଙ୍ଗୀରବାଲିଗୁଡା, ଉମରକୋଟଭୁବନେଶ୍ୱରକୁ ଗାଡି ଚଳାଚଳ ବଧାପ୍ରାପ୍ତ ହୋଇଛି । ରାସ୍ତାରେ ବର୍ଷା ଜଳ ଜମି ରହିଥିବା ​ବେଳେ ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଛି ଏହା ସହ ପଡୋଶୀ ରାଜ୍ୟ ଛତିଶଗଡ଼କୁ ମଧ୍ୟ ଗାଡି ଚାଳଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories