ଭୀମଭୋଇ ମେଡିକାଲ କଲେଜ: ବର୍ଷାହେଲେ ଛାତରୁ ଗଳୁଛି ପାଣି

ବଲାଙ୍ଗିର: ସାମାନ୍ୟ ବର୍ଷାରେ ବେହାଲ ହୋଇପଡୁଛି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାର ସ୍ଥିତି । ପ୍ରବେଶ ପଥରୁ ସୃଷ୍ଟି ହୋଇଛି କୁତ୍ରିମ ପୋଖରୀ। କେଉଁଠି ଡ୍ରେନପାଣି ମେଡିକାଲ ଭିତରକୁ ପଶିଲାଣି ତ ଆଉ କେଉଁଠି ମେଡିକାଲ ଛାତରୁ ପାଣି ଗଳିଲାଣି। ବର୍ଷାର ଉତ୍ପାତ ସମୟରେ ରୋଗୀ ମାନେ ବେଡ ନପାଇ ତଳେ ଶୋଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

prayash

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ପଶ୍ଚିମଓଡିଶାର ଏକ ପ୍ରମୁଖ ଡାକ୍ତରଖାନା ଭାବେ ପରିଗଣିତ ହେଉଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ମେଡିକାଲ କଲେଜ ମାନ୍ୟତା ପାଇବା ପରେ ଭିତ୍ତିଭୂମି ମଧ୍ୟ ଅଧିକ ସୁଦୃଢ କରାଯାଇଥିଲା ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମୟରେ ରହିଥିବା ପୁରୁଣା କୋଠାକୁ ନୂଆ ରୂପ ଦେଇ ବେଡ ପରିମାଣ, ୱାର୍ଡର ଉନ୍ନତିକରଣ କରାଯାଇଥିଲା। କିନ୍ତୁ ବର୍ଷା ଦିନ ଆସିଲେ ଡାକ୍ତରଖାନାର ସ୍ଥିତି ଖରାପ ହୋଇପଡୁଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାର ମୁଖ୍ୟ ପ୍ରବେଶ ପଥରେ ପ୍ରାୟତଃ ସବୁ ସମୟରେ ପାଣି ଜମି ରହୁଛି। ଡାକ୍ତରଖାନା ମୁଖ୍ୟ ରାସ୍ତା ମଝିରେ ଓ ଡାକ୍ତରଖାନା ସାମ୍ନାରେ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଡାକ୍ତରଖାନାକୁ ଆସୁଥିବା ଗାଡି ଓ ଲୋକେ ଏଠାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।

ସେହିପରି ଡାକ୍ତରଖାନା ଭିତରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ବେଡସଂଖ୍ୟା ଅପେକ୍ଷା ରୋଗୀଙ୍କ ସଂଖ୍ୟା ବେଶୀ ରହିଥିବାରୁ ଅନେକ ରୋଗୀ ତଳେ ଶୋଉଥିବା ଦେଖିବାକୁ ମିଳିଛି। ପୁରୁଣା କୋଠାକୁ ଉନ୍ନତିକରଣ କରାଯାଇ ମେଡିସିନ ୱାର୍ଡ କରାଯାଇଛି। ତେବେ ଛାତର ଅବସ୍ଥା ଭଲ ନଥିବା ବେଳେ ସିଲିଂ କରି ଡାକ୍ତରଖାନା ପ୍ରଶାସନ ଛାତକୁ ଲୁଚାଇଦେଇଛନ୍ତି କିନ୍ତୁ ବର୍ଷା ହେଲେ ଛାତରୁ ପାଣି ଗଲୁଛି। ଯାହା ଫଳରେ ମେଡିସିନ ୱାର୍ଡରେ ଥିବା ରୋଗୀ ନାହିଁ ନଥିିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ମେଡିକାଲ କଲେଜର ଏଭଳି ସ୍ଥିତି ପାଇଁ ଜନଅସନ୍ତୋସ ଦେଖାଦେଇଛି।

 

kalyan agarbati

Comments are closed.