www.samajalive.in
Sunday, December 7, 2025
13.1 C
Bhubaneswar

କାଶ୍ମୀରରେ ଆକ୍ରମଣ ଆଶଙ୍କା

ଶ୍ରୀନଗର : ପବିତ୍ର ଇଦ୍‌ ପର୍ବ ପାଳନବେଳେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଉଗ୍ରପନ୍ଥୀ ଜରିଆରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ସୂଚନା ମିଳୁଛି। ଭାରତ ସୀମାନ୍ତ ବାନିହାଲ ଓ ପୀରପାଞ୍ଜାଲ ଦେଇ ୫ରୁ ୬ ଜଣ ଜୈସ୍‌ ଆତଙ୍କବାଦୀ ଜାମ୍ମୁ-କାଶ୍ମୀରରେ ପୂର୍ବରୁ ପ୍ରବେଶ କରିଥିବା ବେଳେ ସେମାନେ ଇଦ୍‌ ଉତ୍ସବପାଳନ ବେଳେ ଏକ ମସ୍‌ଜିଦ୍‌ରେ ପ୍ରବେଶକରି ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିବା କୁହାଯାଉଛି। ଏପରିକି ସ୍ବାଧୀନତା ଦିବସ ଅବସରରେ ମଧ୍ୟ ରାଜ୍ୟରେ କେଉଁଠି ଏକ ବଡ଼ ଧରଣର ଆତଙ୍କବାଦୀ ହିଂସା ଭିଆଇପାରନ୍ତି ବୋଲି କୁହାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ରବିବାର କେତେକ ଟ୍ବିଟ୍‌କୁ ଦେଖିଲେ ଏଭଳି ଯୋଜନା ପାକିସ୍ତାନ ଆତଙ୍କବାଦୀ ଏଠାରେ ଘଟାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନ ତା’ର ଆତଙ୍କବାଦୀ ସଂଗଠନକୁ ଏନେଇ ଆଇଏସଆଇ ଜରିଆରେ ସିଧାସଳଖ ସହାୟତା ପ୍ରଦାନ ସହ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି। ଜାମ୍ମୁ-କାଶ୍ମୀରର ମୁସଲମାନ୍‌ ସଂପ୍ରଦାୟଙ୍କ ଉପରେ ଏଭଳି ଏକ ଆକ୍ରମଣ କରି ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଦ୍‌ନାମ୍‌ କରିବାକୁ ଚକ୍ରାନ୍ତ କରୁଥିବା କୁହାଯାଉଛି। ତେ​‌େ​‌ବ ଭାରତୀୟ ସୁରକ୍ଷାକର୍ମୀ ଏନେଇ ଜାଗତିଆର ଥିବା ଏବଂ ଆତଙ୍କବାଦୀଙ୍କ ଯେକୌଣସି ହୀନଚକ୍ରାନ୍ତକୁ ପଣ୍ଡ କରିବାକୁ ପୂର୍ଣ୍ଣପ୍ରସ୍ତୁତ ରହିଥିବା କହିଛି।
ଅନ୍ୟପକ୍ଷରେ ଆସନ୍ତାକାଲି ଇଦ୍‌ ପାଳନ ଅବସରରେ ବିକ୍ଷୋଭକାରୀ ଏକାଠି ହୋଇ ଧାରା ୩୭୦ ଅନୁଚ୍ଛେଦକୁ ବିରୋଧକରି କିଛି ହିଂସାକାଣ୍ଡ କିମ୍ବା ପ୍ରତିବାଦ କରିବା ଆଶଙ୍କାରେ ଶ୍ରୀନଗରରେ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରିଛି। ଏନେଇ ସମସ୍ତ ଗତିବିଧି ଉପରେ ନଜର ରଖିଛି। ମସ୍‌ଜିଦ୍‌ ଗୁଡିକରେ ଶାନ୍ତିପୂର୍ଣ୍ଣ ଇଦ୍‌ ପାଳନ ଲାଗି ପ୍ରସ୍ତୁତି ସଂପର୍କରେ ଶ୍ରୀନଗର ଜିଲା ମାଜିଷ୍ଟ୍ରେଟ୍‌ ସୟିଦ୍‌ ଚୌଧରୀ ଇମାମ୍‌(ଧର୍ମଗୁରୁ)ମାନଙ୍କ ସହ ବୈଠକ କରିଛନ୍ତି। ଶାନ୍ତିପୂର୍ଣ୍ଣ ଇଦ୍‌ପାଳନ ସହ ପ୍ରାର୍ଥନା ଲାଗି ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଥିବା ଶ୍ରୀ ଚୌଧୁରୀ ଆଶ୍ବାସନା ଦେଇଛନ୍ତି। ରବିବାର ସନ୍ଧ୍ୟାରେ ଶ୍ରୀନଗରରେ ଇଦ୍‌ ପାଇଁ କିଣାକିଣି କରିବା ଲାଗି କର୍ଫ୍ୟୁକୋହଳ କରାଯାଇଥିଲା। ବଜାରରେ ଗହଳି ଲାଗିଥିବାବେଳେ କେତେକ ମହିଳା ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିବା କୁହାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories