www.samajalive.in
Tuesday, December 9, 2025
26.1 C
Bhubaneswar

ଦାଦନ ଖଟିବାକୁ ଯାଇ ଫସିଲେ ୪ ଯୁବକ, ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ପାଟଣା- ପାଟଣା ଥାନା ଅଞ୍ଚଳରେ ଶ୍ରମିକ ଦଲାଲ ଏବେ ସକ୍ରିୟ ହୋଇପଡିଛନ୍ତି। ଟଙ୍କାର ଲୋଭ ଦେଖାଇ ଦେଶ ବାହାରକୁ ନେଇ ଲୋକଙ୍କୁ କାମ ଯୋଗାଡ଼ କରାଇଦେବୁ କହି ଅଞ୍ଚଳର ଯୁବକ ମାନଙ୍କୁ ନେଇ ଯାଉଛନ୍ତି କିଛି ଦଲାଲ। ପାଟଣା ଥାନା ଟଭାସରୁଆ ଗ୍ରାମର ୪ ଜଣ ଯୁବକଙ୍କୁ ଉକ୍ତ ଗ୍ରାମର ତପନ କୁମାର ନାଏକ,ଚନ୍ଦ୍ର ନାଏକ ଓ ସୁମନ୍ତ ମୁଣ୍ଡା ଦିଲ୍ଲୀ ସ୍ଥିତ ଏକ ମେଡ଼ିସିନ ଫ୍ୟାକ୍ଟେରିରେ କାମ ଦେବା ସହିତ ମାସିକ ୧୦ ହଜାର ଟଙ୍କା ମିଳିବ କହି ଗତ ମେ ମାସ ୨୦ ରିଖ ଠାରୁ ଦିଲ୍ଲୀ ନେଇ ଯାଇଥିଲେ। ସେଠାରେ ଏକ ମାସ କାମ କରିବା ପରେ ଉକ୍ତ ୪ ଜଣ ଯୁବକ ନିଜର ଦରମା ମାଗିବାରୁ ମାଲିକ ତାଙ୍କୁ ଅକଥନୀୟ ନିର୍ୟାତନା ଦେବା ସହିତ ଦିଲ୍ଲୀ ରେ ଥିବା ଦଲାଲ ଜଣକ ରାଜସ୍ଥାନର ବୈଶାଳୀ ନଗର ରେ ଏକ ଆଇସକ୍ରିମ କମ୍ପାନୀ ରେ ଦାଦନ ଖଟାଉ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀରେ ଫସି ରହିଥିବା ଉକ୍ତ ୪ଜଣ ଯୁବକ ତାଙ୍କ ଘରକୁ ଫୋନ୍ ଯୋଗେ ସମସ୍ତ କଥା ଜଣାଇବା ପରେ ଏପରି ଘଟଣା ଲୋକ ଲୋଚନ କୁ ଆସିଛି। ଏହି ଘଟଣା ଏବେ ପାଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ପରିବାର ଲୋକେ ଗତ ମାସ ୨୦ ତାରିଖରେ ଉକ୍ତ ଗ୍ରାମର ତିନି ଜଣ ଦଲାଲ ଦିଲ୍ଲୀରେ ଜଣେ ଦଲାଲଙ୍କ ପାଖରେ ବିକ୍ରି କରିଦେଇଥିବା ନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦିଲ୍ଲୀ ରେ ଫସିରହିଥିବା ଯୁବକ ମାନେ ହେଉଛନ୍ତି ଟଭାସରୁଆ ଗ୍ରାମର ରାଜା ମହାରଣା.ଲଗେସ ନାୟକ.ସାଗର ମହାକୁଡ଼.ଓ ବଳରାମ ମହାକୁଡ଼ ।ପାଟଣା ଥାନା ରେ ଅଭିଯୋଗ ପରେ ଥାନା ଏ,ଏସ,ଆଇ ସୁଧାଂଶୁ ଶେଖର ଜେନା ଘଟଣାର ତଦନ୍ତ ଜାରି ରଖିଥିବାବେଳେ ଉକ୍ତ ଯୁବକ ମାନଙ୍କୁ ନେଇ ଯାଇଥିବା ଦଲାଲ ମାନେ ଫେରାର ହୋଇଯାଇଥିବା ଏ,ଏସ,ଆଇ ସୁଧାଂଶୁ ଶେଖର ଜେନା ସୁଚନା ଦେଇଛନ୍ତି।ଖୁବ ଶୀଘ୍ର ପ୍ରଶାସନ ତରଫରୁ ଉକ୍ତ ୪ ଜଣ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories