ଲଣ୍ଡନ୍ : ଦକ୍ଷିଣ ଆଫ୍ରିକାର କଲିନ୍ ଆକରମ୍ୟାନ୍ ଟ୍ବେଣ୍ଟି୨୦ କ୍ରିକେଟରେ ନୂତନ ବିଶ୍ବରେକର୍ଡ ପ୍ରତିଷ୍ଠା କରିଛନ୍ତି। ବିଶ୍ବର ପ୍ରଥମ ବୋଲର ଭାବେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍ରେ କାମଚଳା ଅଫ୍ସ୍ପିନର କଲିନ୍ ଆକରମ୍ୟାନ୍ ୭ଟି ୱିକେଟ ନେଇଛନ୍ତି। ବୁଧବାର ଇଂଲଣ୍ଡରେ ଆୟୋଜିତ ଟ୍ବେଣ୍ଟି୨୦ ଲିଗ୍ ମ୍ୟାଚ୍ରେ ବର୍ମିଂହାମ୍ ବିଅର୍ସ ବିପକ୍ଷ ମ୍ୟାଚ୍ରେ ଲିସ୍ଷ୍ଟରସାୟର ପାଇଁ ଖେଳି ଆକରମ୍ୟାନ୍ ୪ ଓଭରରୁ ୧୮ ରନ୍ଦେଇ ୭ଟି ୱିକେଟ ନେଇଥିଲେ। ଏହି ମ୍ୟାଚ୍ରେ ଲିସ୍ଷ୍ଟରସାୟର ୫୫ ରନ୍ରେ ବିଜୟୀ ହୋଇଥିଲା। କୌଣସି ଟ୍ବେଣ୍ଟି୨୦ ମ୍ୟାଚ୍ରେ ୭/୧୮ ସର୍ବଶ୍ରେଷ୍ଠ ବୋଲିଂ ଫିଗର। ପୂର୍ବରୁ ୨୦୧୧ରେ ସମରସେଟ୍ର ଆରୁଲ ସୁପିଆ ଏକ ଟ୍ବେଣ୍ଟି୨୦ ମ୍ୟାଚ୍ରେ ୫ ରନ୍ଦେଇ ୬ଟି ୱିକେଟ ନେଇଥିଲେ। ତାଙ୍କୁ ଛାଡ଼ି ଟ୍ବେଣ୍ଟି୨୦ ମ୍ୟାଚ୍ରେ ୬ଟି ୱିକେଟ ନେଇଥିବା ବୋଲର ହେଲେ ସାକିବ୍ ଅଲ୍ ହାସନ୍, ଲାସିଥ୍ ମାଲିଙ୍ଗା, କାଏଲ୍ ଜେମିସନ୍, ଅଜନ୍ତା ମେଣ୍ଡିସ୍, ଫାଫାମା ଫୋଜେଲା ଓ ଇସ୍ ସୋଢ଼ି।
Popular Categories



