www.samajalive.in
Sunday, December 7, 2025
23.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ନିଜର ତ୍ରୁଟି ବୁଝି ପାରିବେ। ଆମୋଦ-ପ୍ରମୋଦରେ ସମୟ ବିତାଇ ପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ।
ବୃଷ: ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଆତ୍ମସଂଯମୀ ହୋଇପାରନ୍ତି। କର୍ମ କୁଶଳତା ଯୋଗୁଁ ଆଦରଣୀୟ ହୋଇପାରନ୍ତି। ପାରିବାରିକ ସୁଖ ଫେରାଇ ଆଣିପାରନ୍ତି। ଜଣେ ଉତ୍ତମ ପରାମର୍ଶଦାତା ହେବେ।
ମିଥୁନ: ସାମୟିକ ଭାବେ ନିଜକୁ ଅସହାୟ ମନେ କରିପାରନ୍ତି। ସୁଖ, ସନ୍ତୋଷ ଲାଭ କରିବେ। ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ। କର୍ମକ୍ଷତ୍ରରେ ଢ଼େର ଉନ୍ନତି ହେବ।
କର୍କଟ: ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। କର୍ତ୍ତବ୍ୟନିଷ୍ଠ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଆସନ୍ନ ପ୍ରସବା ଥିଲେ ପୁତ୍ର ଲାଭ ହୋଇପାରେ। ଯାନ-ବାହନ ସୁଖ ମିଳିିବ।
ସିଂହ: ପାରସ୍ପରିକ ବୁଝାମଣାରେ ବିବାଦର ସମାଧାନ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଦିନସାରା ଆନନ୍ଦ-ଉଲ୍ଲାସ ଲାଗି ରହିବ। ଉନ୍ନତି ମାର୍ଗରେ ଆଗକୁ ପଢ଼ି ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
କନ୍ୟା: ଆୟ ପାଇଁ ନୂତନ ପନ୍ଥା ଯୋଗାଡ଼ କରିପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ସତ୍ୟାନୁରକ୍ତ ହେବେ। ଶତ୍ରୁବିଜୟୀ ହେବେ।
ତୁଳା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ ସହାୟତାରୁ ଲାଭବାନ୍‍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି।
ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟୟ ବୃଦ୍ଧି ଘଟି ପାରେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବାର ସୁଯୋଗ ଅଛି। ରାଜବଂଶ ପୂଜିତ ହେବେ। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ।
ଧନୁ: ସହକର୍ମୀମାନଙ୍କ ସହାୟତା ମିଳିବ। ଆଶ୍ୱସ୍ତ ହେବେ। ସରକାରଙ୍କ ତରଫରୁ ସମ୍ମାନ ମିିଳିବ। ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି। କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ।
ମକର: ସମ୍ମାନିତ ହେବେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିଳାସ-ବ୍ୟସନରେ ବୁଡ଼ି ରହିବେ। କର୍ମତତ୍ପରତା ପ୍ରକାଶ ପାଇବ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ।
କୁମ୍ଭ: ଅତିଥି ବନ୍ଧୁ ସତତ୍କାରରେ ମନ ଦେବେ। ସେବା ପରାୟଣ ହେବେ। ପୂଜ୍ୟପୂଜାକୁ ଗ୍ରହଣ କରିପାରନ୍ତି। ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ମନୋରଞ୍ଜନ ଧର୍ମୀ ହେବେ।
ମୀନ: ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି। ସେବା ପୂଜାରେ ମନୋନିବେଶ କରିବେ। ଅଯଥା ସମାଲୋଚନାର ଶରବ୍ୟ ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ହେବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories