ସୋପିଆନାରେ କାଶ୍ମୀରବାସୀଙ୍କ ସହ ବୁଲିଲେ ଡୋଭାଲ, ଖାଇଲେ ବିରିୟାନି

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ଓ ଜାମ୍ମୁ କାଶ୍ମୀର ପୁନର୍ଗଠନ ସହ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ଜାମ୍ମୁ କାଶ୍ମୀରରେ ୧୪୪ ଧାରା ଜାରି ରହିଥିବାବେଳେ ସୁରକ୍ଷାର ଅଦ୍ଭୂତପୂର୍ବ ବ୍ୟବସ୍ଥା କରାଯାଇଛି। ଏବେ ସଡ଼କ ଶୂନଶାନ ରହିଛି। ତେବେ ଏହା ମଧ୍ୟରେ ଏଭଳି କିଛି ଫଟୋ ସାମ୍ନାକୁ ଆସିଛି ଯାହା ସାରା ଦେଶବାସୀଙ୍କୁ ଆଶ୍ୱସ୍ଥ କରିଛି। ଭିଡିଓରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଧାରଣ କାଶ୍ମୀର ଲୋକଙ୍କ ସହ ଗଳି କନ୍ଧିରେ ବୁଲୁଥିବା ଏବଂ ସେମାନଙ୍କ ସହ ବିରିୟାନି ଖାଉଥିବାର ଦେଖିବାକୁ ମିଳୁଛି। କାଶ୍ମୀର ଲୋକମାନେ ମଧ୍ୟ ଡୋଭାଲଙ୍କ ସହ ଖୁସି ଗପ କରୁଥିବାର ଦେଖାଯାଉଛି।

prayash

ଉଲ୍ଲେଖଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଜାମ୍ମୁ କାଶ୍ମୀରରେ ସ୍ଥିତି ବିଗିଡ଼ିବ ବୋଲି କେତେକ ଲୋକ ଆଶଙ୍କା ବ୍ୟକ୍ତ କରିଥିଲେ। ସଂସଦରେ ବିତର୍କବେଳେ କେତେକ ସାଂସଦ ଏନେଇ ଚିନ୍ତା ବ୍ୟକ୍ତ କରିଥିଲେ। ମାତ୍ର ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଡୋଭାଲ ମଙ୍ଗଳବାରଠାରୁ କାଶ୍ମୀରରେ ଅଛନ୍ତି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ବୁଧବାର ଡୋଭାଲ କାଶ୍ମୀର ଗଳିକନ୍ଧିରେ ବୁଲୁ ଥିବାର ଦେଖିବାକୁ ମିଳିଛି। ଆତଙ୍କବାଦୀ ପ୍ରଭାବିତ ସୋପିଆନାରେ ସାଧାରଣ ଲୋକେ ତାଙ୍କ ସହ ଭଲରେ କଥା ହେଉଥିବା ଓ ବିରିୟାନି ଖାଉଥିବାର ଫଟୋ ଦେଶବାସୀଙ୍କୁ ଆଶଙ୍କାରୁ ମୁକ୍ତ କରିଛି। ଏହି ଭିଡିଓରେ ଲେଖାଯାଇଛି ଯେ ସମସ୍ତେ ଆରାମରେ ରୁହନ୍ତୁ। ଭଗବାନଙ୍କ ଆଶୀର୍ବାଦ ଅଛି। ସବୁକିଛି ଠିକ ହେବ। ଆପଣଙ୍କ ସୁରକ୍ଷା ଆମ ଦାୟିତ୍ୱ।

kalyan agarbati

Comments are closed.