ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ହସ୍ପିଟାଲରେ ଭର୍ତ୍ତି

ଶିମଲା : ହିମାଚଳପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂହ ଅସୁସ୍ଥ ହୋଇପଡିଛନ୍ତି। ବୁଧବାର ତାଙ୍କୁ ଆଇଜେଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

prayash

ବୀରଭଦ୍ର କିଛି ଦିନ ହେବ ରାମପୁରରେ ଥିଲେ। ବୁଧବାର ହଠାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ସକାଳେ ତାଙ୍କୁ ଶିମଲା ହସ୍ପିଟାଲ ପରେ ଆଇଜେଏମସି ନିଆଯାଇଥିଲା। ଡାକ୍ତର ପରୀକ୍ଷା କରିବା ପରେ ତାଙ୍କୁ ହସ୍ପିଟାଲରେ ରହିବାକୁ କହିଛନ୍ତି। ତେବେ ଡାକ୍ତର ଏହାକୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ବୋଲି କହିଛନ୍ତି। କୁହାଯାଉଛି ଯେ ବୀରଭଦ୍ର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏବେ ସେ ଆଇଜେଏମସିରେ ଚିକିତ୍ସାଧୀନ ଅଛନ୍ତି।

kalyan agarbati

Comments are closed.