ତିନି ତଲାକ ପରେ ମହିଳାଙ୍କ ନାକ କାଟିଲେ

ଲକ୍ଷ୍ନୌ : ତିନି ତଲାକକୁ ଦଣ୍ଡନୀୟ ଅପରାଧ ବିବେଚନା କରି ଆଇନ ଅଣାଯିବା ପରେ ବି ଏଭଳି ଘଟଣା ଜାରି ରହିଛି। ଏହାର ଏକ ସଦ୍ୟତମ ଉଦାହରଣ ଉତ୍ତରପ୍ରଦେଶ ସୀତାପୁରର ଖୈରାବାଦ ଟାଉନରେ ଦେଖିବାକୁ ମିଳିଛି। ଏଠାକାର ଜଣେ ବ୍ୟକ୍ତି ନିଜ ପତ୍ନୀକୁ ତିନି ତଲାକ ଦେବା ପରେ ତାର ନାକ କାଟି ଦେଇଛନ୍ତି। ମହିଳା ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

prayash

ସୂଚନା ଅନୁଯାୟୀ ୨୦୧୯ ମେ’ ୧୪ରେ ଖୈରାବାଦ ତୁର୍କପଟ୍ଟିରେ ରୁକସାନାଙ୍କ ସହ ସେହି ଅଞ୍ଚଳର ବରକତ ଅଲ୍ଲୀଙ୍କ ପୁଅ ସଦାମଙ୍କ ମୁସଲମାନ ରୀତିନୀତିରେ ବିବାହ ହୋଇଥିଲା। ମାତ୍ର ବିବାହାର ପରଦିନ ମେ’ ୧୫ରେ ବତକତ ବୋହୂକୁ ନନେଇ ନିଜ ଘରକୁ ପଳାଇଥିଲେ। ଯୌତୁକରେ ବାଇକ ନଦେଲେ ସେ ବୋହୂକୁ ଘରକୁ ନେବେ ନାହିଁ ବୋଲି କହିଥିଲେ। ରୁକସାନାଙ୍କ ଘର ଲୋକେ ବରକତ, ସଦାମ ଓ ତାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କଲେ ବି ବିନା ଯୌତୁକରେ ସେ ବୋହୂକୁ ନେବେ ନାହିଁ ବୋଲି କହିଥିଲେ। ଶେଷରେ ଅଗଷ୍ଟ ୩ ସକାଳ ୯ଟାରେ ସଦାମ ରୁକସାନାଙ୍କ ମୋବାଇଲ ଫୋନକୁ କଲ କରି କହିଥିଲେ ଯେ ବାଇକ ନମଳିବାରୁ ସେ ତାକୁ ତିନି ତଲାକ ଦେଉଛି। ଏହା ପରେ ସେ ତଲାକ, ତଲାକ, ତଲାକ କହି ଫୋନ୍‍ କାଟିଦେଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ବରକତ ଓ ତାଙ୍କ ପୁଅ ସଦାମ ରୁକସାନାଙ୍କ ଘରକୁ ଆସିଥିଲେ। ସେଠାରେ ଆଲୋଚନା ବେଳେ ସେମାନେ ରୁକସାନାଙ୍କୁ ଆକ୍ରମଣ କରିବା ସହ ତାଙ୍କ ନାକ କାଟି ଦେଇଛନ୍ତି।

kalyan agarbati

Comments are closed.