www.samajalive.in
Friday, December 12, 2025
15.1 C
Bhubaneswar

ପୋଲାର୍ଡଙ୍କ ୨୦ ପ୍ରତିଶତ ମ୍ୟାଚ୍‌ ଫି’ କଟିଲା

ଦୁବାଇ : ଆମେରିକାର ଫ୍ଲୋରିଡ଼ାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ ପ୍ରଦର୍ଶନ କରିବା କାରଣରୁ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର୍‌ କୈରନ୍‌ ପୋଲାର୍ଡଙ୍କ ୨୦ ପ୍ରତିଶତ ମ୍ୟାଚ୍‌ ଫି’ କଟାଯାଇଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି।
ମ୍ୟାଚ୍‌ ଫି’ କଟିବା ସହ ପୋଲାର୍ଡଙ୍କୁ ଗୋଟିଏ ନକରାତ୍ମକ ପଏଣ୍ଟ ମିଳିଛି। ଏହି ମ୍ୟାଚ୍‌ରେ ଫିଲଡିଂ କରୁଥିବା ବେଳେ ପୋଲାର୍ଡ କିଛିଟା ଅସୁବିଧା ଅନୁଭବ କରିବାରୁ ବଦଳ ଫିଲଡରଙ୍କୁ ପଡ଼ିଆକୁ ଡାକିଥିଲେ। ତେବେ ପଡ଼ିଆକୁ ବଦଳ ଫିଲଡର ଡାକିବା ନିମନ୍ତେ ଅମ୍ପାୟାରଙ୍କୁ ପ୍ରଥମେ ଅନୁରୋଧ କରିବା ଆବଶ୍ୟକ ବୋଲି ପଡ଼ିଆରେ ଉପସ୍ଥିତ ଅମ୍ପାୟାର ପୋଲାର୍ଡଙ୍କୁ କହିଥିଲେ। ତେବେ ପୋଲାର୍ଡ ଅମ୍ପାୟାରଙ୍କ କଥା ଶୁଣିନଥିଲେ। ସେହିପରି ଓଭର ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅମ୍ପାୟାର ପୋଲାର୍ଡଙ୍କୁ କହିଥିବା ବେଳେ ସେ ଏହାକୁ ଅଣଦେଖା କରିଥିଲେ। ପୋଲାର୍ଡ ଆଇସିସି ଆଦର୍ଶ ଆଚରଣବିଧିର ୨.୪ ଧାରା ଭଙ୍ଗ କରିଥିବା ଦର୍ଶାଇ ଅମ୍ପାୟାରମାନେ ମ୍ୟାଚ୍‌ ରେଫରୀ ଜେଫ୍‌ କ୍ରୋଙ୍କ ନିକଟରେ ଅଭିଯୋଗ କରିଥିଲେ। ମ୍ୟାଚ୍ ରେଫରୀ ପୋଲାର୍ଡଙ୍କୁ ଡକାଇ ଅଭିଯୋଗ ସଂପର୍କରେ ଜଣାଇବା ପରେ ପୋଲାର୍ଡ ଅଭିଯୋଗକୁ ଅସ୍ବୀକାର କରିଥିଲେ। ଏହାକୁ ନେଇ ମ୍ୟାଚ୍‌ ରେଫରୀ ଶୁଣାଣି କରିବା ସହ ପୋଲାର୍ଡଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ ପ୍ରତିଶତ ମ୍ୟାଚ୍‌ ଫି କାଟିବା ସହ ଗୋଟିଏ ନକରାତ୍ମକ ପଏଣ୍ଟ ପ୍ରଦାନ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories