ଧାରା ୩୭୦ ଉଚ୍ଛେଦ ଉପରେ ମୁହଁ ଖୋଲିଲେ ରାହୁଲ, କହିଲେ ସୁରକ୍ଷା ଉପରେ ପଡ଼ିବ ଗୁରୁତର ପ୍ରଭାବ

ନୂଆଦିଲ୍ଳୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରିବା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କଡ଼ା ନିନ୍ଦା କରିଛନ୍ତି।

prayash

ରାହୁଲ କହିଛନ୍ତି ଯେ କାର୍ଯ୍ୟପାଳିକା ଶକ୍ତିର ଅପବ୍ୟବହାର କରାଯାଉଛି। ଏହାଦ୍ୱାରା ଦେଶର ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପଡ଼ିବ। ଏହାସହ ରାହୁଲ ଟ୍ୱିଟ୍‍ କରିଛନ୍ତି ଯେ ଜାମ୍ମୁ କାଶ୍ମୀରକୁ ବିଭାଜିତ କରି, ନିର୍ବାଚିତ ପ୍ରତିନିଧିଙ୍କୁ ବନ୍ଦୀ କରି ଏବଂ ସମ୍ବିଧାନର ଉଲ୍ଲଙ୍ଘନ କରି ରାଷ୍ଟ୍ରୀର ଏକତ୍ରୀକରଣ ଆଗକୁ ବଢିବ ନାହିଁ। କାର୍ଯ୍ୟାପାଳିକା ଶକ୍ତିର ଦୁରୁପଯୋଗ ଆମ ଜାତୀୟ ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପକାଇବ। କୁହାଯାଉଛି ଯେ ମଙ୍ଗଳବାର ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ଏକ ମନ୍ତବ୍ୟକୁ ନେଇ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲୋକସଭାରେ ଧ।ରା ୩୭୦ ଉଚ୍ଛେଦ ଉପରେ ବିତର୍କ ବେଳେ ଅଧୀର ରଂଜନ କହିଥିଲେ ଯେ ମିଳିତ ଜାତିସଂଘ (ୟୁଏନ) ଜାମ୍ମୁ କାଶ୍ମୀର ଉପରେ ଦୃଷ୍ଟି ରଖିଛି। ତେଣୁ ଏହା କିପରି ଆଭ୍ୟନ୍ତରୀଣ ପ୍ରସଙ୍ଗ ହେଲା। ସୋନିଆ ଗାନ୍ଧୀ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

kalyan agarbati

Comments are closed.