ମେହବୁବା ମୁଫତି, ଉମର ଅବଦୁଲ୍ଲା ଗିରଫ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବଂ ନ୍ୟାସନାଲ କନଫ୍ରେନ୍ସ ନେତା ଉମର ଅବଦୁଲ୍ଲାଙ୍କୁ ସୋମବାର ସନ୍ଧ୍ୟାରେ ଗିରଫ କରାଯାଇଛି। ସେମାନଙ୍କୁ ଶ୍ରୀନଗରର ହରି ନିବାସ ଗେଷ୍ଟ ହାଉସରେ ରଖାଯାଇଛି। ଘାଟିରେ ୧୪୪ ଧାରା ଜାରି କରାଯାଇଛି।
ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ବିଧେୟକକୁ ନେଇ ମେହବୁବା ଏବଂ ଅବଦୁଲ୍ଲା ବାରମ୍ବାର ଧମକପୂର୍ଣ୍ଣ, ଉତ୍ତେଜକ ଏବଂ ଦଙ୍ଗା ସୃଷ୍ଟିକାରୀ ମନ୍ତବ୍ୟ ଦେଇ ଆସୁଥିଲେ। ପ୍ରଶାସନ ହିଂସାକାଣ୍ଡ ରୋକିବା ସହ ସୁରକ୍ଷା ଦୃଷ୍ଟିରୁ ଏହି ଦୁଇ ନେତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ ରବିବାର ରାତିରେ ମେହବୁବା ଏବଂ ଅବଦୁଲ୍ଲାଙ୍କୁ ସେମାନଙ୍କ ଘରେ ନଜରବନ୍ଦୀ ରଖାଯାଇଥିଲା। ପ୍ରକାଶ ଯେ ଘାଟିରେ ସଜାଦ ଲୋନ ସମେତ କେତେକ ବିଚ୍ଛିନ୍ନତାବାଦୀ ନେତା ଏବଂ ରାଜନୈତିକ ଦଳର ନେତା ଏବେବି ନଜରବନ୍ଦୀ ଅଛନ୍ତି। ଘାଟିରେ ମୋବାଇଲ, ଲ୍ୟାଣ୍ଡଲାଇନ, ବ୍ରଡବ୍ୟାଣ୍ଡ ସମେତ ଉଣ୍ଟରନେଟ ସେବା ଶନିବାର ରାତିରୁ ବନ୍ଦ ରହିଛି। ଘାଟିର ସମସ୍ତ ଅଧିକାରୀଙ୍କୁ ସାଟେଲାଇଟ ଫୋନ ଦିଆଯାଇଛି।

kalyan agarbati

Comments are closed.