ସୁନା ୩୭ ହଜାର ପାଖରେ, ୪୩ ହଜାର ପାର କଲା ରୁପା ଦର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟରେ ହ୍ରାସର ପ୍ରଭାବ ଭାରତୀୟ ଗହଣା ବଜାର ଉପରେ ପଡିଛି। ଭାରତୀୟ ଗହଣା ବଜାରରେ ସୋମବାର ସୁନା ଦର ୧୦ ଗ୍ରାମ ପ୍ରତି ୩୭୦୦୦ ଟଙ୍କା ପାଖରେ ପହଞ୍ଚିଥିବା ବେଳେ ରୁପା ଦର କିଲୋପ୍ରତି ୪୩୦୦୦ ଟଙ୍କା ପାର କରିଯାଇଛି।

ଏହି କ୍ରମରେ ଦିଲ୍ଲୀର ସରାଫା ବଜାରରେ ସୁନା ଦର ୮୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୬,୯୭୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଲୋକସଭାରେ ବଜେଟ ଆଗତ ହେବା ପର ଦିନ ଜୁଲାଇ ୬ରେ ସୁନା ଦର ୧୦ ଗ୍ରାମ ପ୍ରତି ୧,୩୦୦ ଟଙ୍କା ଓ ଜୁଲାଇ ୧୧ରେ ସୁନା ଦର ୧୦ ଗ୍ରାମ ପ୍ରତି ୯୩୦ ଟଙ୍କା ବୃଦ୍ଧି ପାଇଥିଲା। ସେହିପରି ୨୦୧୭ ପରେ ପ୍ରଥମ ଥର ରୁପା ଦର କିଲୋପ୍ରତି ୪୩,୧୦୦ ଟଙ୍କା ପାର କରିଛି। ଏହା ପୂର୍ବରୁ ୨୦୧୭ ମାର୍ଚ୍ଚ ମାସରେ ରୁପା ଦର କିଲୋପ୍ରତି ୪୩,୦୦୦ ଟଙ୍କାରେ ପହଞ୍ଚିଥିଲା।

prayash

ଅନ୍ତର୍ଜାତୀୟ ବଜାରରେ ସୁନା ଦର ୬ ବର୍ଷର ସର୍ବେଚ୍ଚସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟସ୍ତରରେ ସୁନା ଦର ୧୭.୨୫ ଡଲାର ବୃଦ୍ଧି ପାଇ ପ୍ରତି ଆଉନ୍ସ ୧,୪୫୭.୭୫ ଡଲାରରେ ପହଞ୍ଚିଛି। ୨୦୧୩ ମଇ ପରେ ଏହା ହେଉଛି ଅନ୍ତର୍ଜାତୀୟ ବଜାରରେ ସୁନା ଦରରେ ସର୍ବୋଚ୍ଚ ବୃଦ୍ଧି। ଏହା ପୂର୍ବରୁ ଅକ୍ଟୋବରରେ ଆମେରିକାରେ ସୁନା ଦର ୧୨.୫୦ ଡଲାର ବୃଦ୍ଧି ପାଇ ପ୍ରତି ଆଉନ୍ସ ୧,୪୬୪.୧୦ ଡଲାରରେ ପହଞ୍ଚିଥିଲା।

ପ୍ରକାଶ ଯେ ଏହା ପୂର୍ବରୁ ଜୁଲାଇ ୬ରେ ସୁନା ଦର ୭୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୩୫,୪୭୦ ଟଙ୍କା ଓ ରୁପା ୨୮୦ ଟଙ୍କା ବୃଦ୍ଧି ପାଇ କିଲୋପ୍ରତି ୩୮,୮୦୦ ଟଙ୍କାରେ ପହଞ୍ଚିଥିଲା । ଏହାପରେ ଜୁଲାଇ ୧୧ରେ ସୁନା ଓ ରୁପା ଦରରେ ବୃଦ୍ଧି ଘଟିଥିଲା ।

kalyan agarbati

Comments are closed.