www.samajalive.in
Sunday, December 7, 2025
26.1 C
Bhubaneswar

ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବକୁ ଆରଏସଏସ ଏବଂ ଶିବସେନାର ସ୍ୱାଗତ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବକୁ ସୋମବାର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଏବଂ ଶିବସେନା ସ୍ୱାଗତ କରିଛନ୍ତି। ଆରଏସଏସ ମୁଖ୍ୟ ମୋହନ ଭାଗବତ ଧାରା ୩୭୦ ଏବଂ ୩୫-କ ଉଚ୍ଛେଦ ଓ ରାଜ୍ୟକୁ ଦୁଇ ଭାଗରେ ବାଣ୍ଟିବାର ନିଷ୍ପତ୍ତିକୁ ସାହାସିକ ପଦକ୍ଷେପ ବୋଲି କହିଛନ୍ତି।

ମୋହନ ଭାଗବତ କହିଛନ୍ତି ଯେ ଆମେ ସରକାରଙ୍କ ସାହାସିକ ପଦକ୍ଷେପର ସ୍ୱାଗତ କରୁଛୁ। ଏହା ଦେଶ ଏବଂ ଜାମ୍ମୁ କାଶ୍ମୀର ହିତ ପାଇଁ ଆବଶ୍ୟକ ଥିଲା। ବ୍ୟକ୍ତିଗତ ଫାଇଦା ଏବଂ ରାଜନୈତିକ ମତଭେଦରୁ ଉପରକୁ ଉଠି ସମସ୍ତକୁ ଏହି ପଦକ୍ଷେପର ସ୍ୱାଗତ ଏବଂ ସମର୍ଥନ କରିବା ଉଚିତ। ସେହିପରି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ସରକାରଙ୍କ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ସେ କହିଛନ୍ତି ଯ ଏନଡିଏ ସରକାରଙ୍କ ନିଷ୍ପତ୍ତିରୁ ବାଲାସାହାବ ଠାକେରଙ୍କ ସ୍ୱପ୍ନ ପୂର୍ଣ୍ଣ ହୋଇଛି। ଧାରା ୩୭୦ ଉଚ୍ଛେଦକୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀଙ୍କ ଉତ୍ତେଜକ ମନ୍ତବ୍ୟକୁ ଉଦ୍ଧବ ନିନ୍ଦା କରିଛନ୍ତି। ଉତ୍ତେଜକ ମନ୍ତବ୍ୟ ପାଇଁ ମେହବୁବାଙ୍କୁ ଆତଙ୍କବାଦୀ ଘୋଷିତ କରିବାକୁ ସେ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories