ଜେଜେଆକ୍ଟ ସଚେତନତା ଶିବିର

ମୋହନା ; ଗଜପତି ଜିଲା ମୋହନା ହିଲଟପ୍‍ ମହାବିଦ୍ୟାଳୟ ପରିସରରେ ଅଧ୍ୟାପକ/ଅଧ୍ୟାପିକା/ଶିକ୍ଷାର୍ଥୀ/ଓକିଲ ଓ ବୁଦ୍ଧିଜିବୀଙ୍କୁ ନେଇ ଜେଜେଆକ୍ଟ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ୨ ଅଧ୍ୟକ୍ଷ ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟବକ୍ତା ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ବିଚାରପତି ମନୋଜ କୁମାର ମହାନ୍ତି ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତ କର୍ମଚାରୀ ବୃନ୍ଦଙ୍କୁ ଶିକ୍ଷା ଅଧିକାର ଆଇନ ଓ ବାଳ ଅପରାଧ ଆଇନ ଉପରେ ସଚେତନତା କରିବା ସହ ସମସ୍ତ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ବୁଝାଇଥିଲେ। ଓକିଲ ସଂଘ ସଭାପତି ସିମାଞ୍ଚଳ କାର୍ଯୀ, ରାଜନିତି ବିଜ୍ଞାନ ଅଧ୍ୟାପକ ଅନିଲ କୁମାର ତ୍ରିପାଠୀ, ଶିକ୍ଷା ବିଭାଗର ଅଧ୍ୟାପକ ଅନ୍ତର୍ଯ୍ୟାମୀ ଗୌଡ, ବୁଦ୍ଧିଜିବୀ ତଥା ଓକିଲ ମଧୁସୁଦନ ପାଢୀ ନିଜ ନିଜର ବକ୍ତୁତା ପ୍ରଦାନ କରିଥିଲେ। ଅଦାଲତ କର୍ମଚାରୀ ସମିର ରଞ୍ଜନ ପାତ୍ର, ଗଣେଶ ଦାଶ, ନିହାର ରଞ୍ଜନ ପ୍ରଧାନ, ଶିବରାମ ପାଢୀ, ସରକାରୀ ଓକିଲ ବୈଦ୍ୟନାଥ ସିଂ ଓ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

kalyan agarbati

Comments are closed.