www.samajalive.in
Sunday, December 7, 2025
26.1 C
Bhubaneswar

ବନ୍ଧୁତ୍ୱର ଅମୂଲ୍ୟ ବାର୍ତ୍ତା, ଦୁଃଖ ଭୁଲି ସୁଖ ମନେ ରଖିବା

ବନ୍ଧୁକୁ ଭଲଭାବେ ବୁଝିବାକୁ ହେଲେ ପ୍ରଥମେ ସଂପର୍କର ପ୍ରକୃତ ଅର୍ଥ ବୁଝିବା ନିତ୍ୟାନ୍ତ ଆବଶ୍ୟକ। କାରଣ ଯେକୌଣସି ସଂପର୍କକୁ ଆରମ୍ଭ କରିବା ଯେତିକି ସହଜ ତାହାକୁ ଭାଙ୍ଗିବା ମଧ୍ୟ ଆହୁରି ସହଜ। ମାତ୍ର ସଂପର୍କକୁ ସବୁଦିନ ପାଇଁ ଅତୁଟ ରଖିବା କଷ୍ଟସାଧ୍ୟ। ଏହାକୁ ଅତୁଟ ରଖିବାକୁ ହେଲେ ପ୍ରଥମେ ସଂପର୍କର ପରିଭାଷା ବୁଝିବା ଆବଶ୍ୟକ। ଏହି ଅମୂଲ୍ୟ ସଂପର୍କର ପରିଭାଷାକୁ ବୁଝିଥିବା ଦୁଇ ବନ୍ଧୁକୁ ନେଇ କାହାଣୀ ଗତିଶୀଳ…..
ଦୁଇ ସାଙ୍ଗ ଏକଦା ମରୁଭୂମି ବୁଲିବାକୁ ବାହାରିଲେ। କିଛି ବାଟ ଯିବା ପରେ କୌଣସି ଏକ ଛୋଟ କଥାରେ ଦୁହିଁଙ୍କ ମଧ୍ୟରେ କଳହ ହେଲା। ଏହି ସମୟରେ ଜଣେ ସାଙ୍ଗ ଅନ୍ୟ ସାଙ୍ଗଟିକୁ ଏକ ଚାପୁଡ଼ା ମାରିଲା। ଚାପୁଡ଼ା ଖାଇଥିବା ସାଙ୍ଗଟିକୁ ଦୁଃଖ ଲାଗିଲା ଓ କିଛି ନ କହି  ତଳେ ବସି ବାଲିରେ ଲେଖିଲା ଆଜି ମୋ ପ୍ରିୟ ସାଙ୍ଗ ମତେ ମାରିଲା। ଏହାପରେ ପୁଣି ଦୁଇ ସାଙ୍ଗ ଆଗକୁ ଚାଲିବାକୁ ଲାଗିଲେ।
ଆଗକୁ ବଢିବା ପରେ ଦୁଇ ସାଙ୍ଗ ଗୋଟିଏ ହ୍ରଦରେ ସ୍ନାନ କରିବାକୁ ସ୍ଥିର କଲେ। ସ୍ନାନ କରିବା ସମୟରେ ଯେଉଁ ସାଙ୍ଗଟି ଚାପୁଡ଼ା ଖାଇଥିଲା ସେ ବୁଡ଼ିବାକୁ ଲାଗିଲା। ସେହି ସମୟରେ ଅନ୍ୟ ସାଙ୍ଗଟି ତା’କୁ ପାଣିରୁ ବହୁ କଷ୍ଟରେ ଟାଣି ବାହାରକୁ ଆଣି ତା’ର ଜୀବନ ବଞ୍ଚାଇଲା। ଏହାପରେ ସେହି ଚାପୁଡ଼ା ଖାଇଥିବା ସାଙ୍ଗଟି ତଳେ ବସି ଏକ ପଥରରେ ଲେଖିଲା ଆଜି ମୋ ପ୍ରିୟ ସାଙ୍ଗ ମୋ ଜୀବନ ବଞ୍ଚାଇଲା। ଏହା ଦେଖି ଚାପୁଡ଼ା ମାରିଥିବା ସାଙ୍ଗଟି ପ୍ରଶ୍ନ କଲା ମୁଁ ମାରିବା ସମୟରେ ତୁ ବାଲିରେ ଲେଖିଲୁ ଓ ଜୀବନ ବଞ୍ଚାଇଲି ତାହା ତୁ ପଥରରେ ଲେଖିଲୁ, ଏହାର କାରଣ କ’ଣ? ଏହା ଶୁଣି ତା’ର ସାଙ୍ଗଟି ଉତ୍ତର ଦେଲା ଯେତେବେଳେ ଆମକୁ କେହି ଦୁଃଖ ଦେଇଥାଏ, ତାହାକୁ ଆମେ ବାଲିରେ ଲେଖିବା ଉଚିତ। ଯାହା ପବନରେ ଲିଭିଯିବ। ମାତ୍ର ଯେ ଆମ ପାଇଁ ଭଲ କାମ କରେ ତାହାକୁ ଆମେ ପଥରରେ ଲେଖିବା ଉଚିତ, କାରଣ ତାହାକୁ କେହି ଲିଭାଇପାରିବେ ନାହିଁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories