www.samajalive.in
Sunday, December 7, 2025
14.1 C
Bhubaneswar

ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ୭ ନକ୍ସଲ ନିପାତ

ମାଲକାନାଗିରି : ଛତିଶଗଡ଼ ରାଜନାନ୍ଦଗାଁଓରେ ଶନିବାର ସକାଳେ ଡିଷ୍ଟ୍ରିକ୍ଟ ରିଜର୍ଭ ଗ୍ରୁପ (ଡିଆରଜି) ଯବାନଙ୍କ ସହ ସଂଘର୍ଷରେ ୭ ଜଣ ନକ୍କଲ ନିହତ ହୋଇଛନ୍ତି। ଯବାନଙ୍କ ସହ ଗୁଳି ବିନିମୟରେ କେତେକ ନକ୍ସଲ ଆହତ ହୋଇଛନ୍ତି। ଯବାନମାନେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି।

ଛତିଶଗଡ଼ ପୁଲିସ୍‍ ମହାନିର୍ଦେଶକ ଡିଏମ ଅବସ୍ଥିଙ୍କ ସୂଚନା ଅନୁଯାୟୀ ଡିଆରଜି ଯବାନମାନେ ସକାଳ ୮ଟାରେ ତଲାସୀ ଅଭିଯାନରେ ବାହାରିଥିଲେ। ଏହି ସମୟରେ ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତ ବଙ୍ଗାଡି ପୁଲିସ୍‍ ଥାନା ଅଧୀନ ରାଜନାନ୍ଦଗାଁଓ ସୀତାଗୋଟା ଜଙ୍ଗଲରେ କେତେକ ନକ୍ସଲ ଲୁଚି ରହିଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ଡିଆରଜି ଏବଂ ଛତିଶଗଡ଼ ସଶସ୍ତ୍ର ବଳ (ସିଏଏଫ) ଏବଂ ଜିଲା ପୁଲିସ୍‍ ବଳ ସେଠାରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଜଙ୍ଗଲରେ ଯବାନଙ୍କ ସହ ନକ୍ସଲଙ୍କ ସଂଘର୍ଷ ଘଟିଥିଲା। ସଂଘର୍ଷ ପରେ ସେଠାରୁ ୭ ନକ୍ସଲଙ୍କ ଶବ ସହ ଏକେ-୪୭ ରାଇଫଲ, ୩୦୩ ରାଇଫଲ, ୧୨ ବୋର ଗନ, ସିଙ୍ଗିଲ ସଟ ରାଇଫଲ ଏବଂ ବିପୁଳ ପରିମାଣର ଗୋଳା ବାରୁଦ ମିଳିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories