www.samajalive.in
Tuesday, December 9, 2025
15.1 C
Bhubaneswar

ସେନଗରଙ୍କୁ ହେପାଜତକୁ ନେବ ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେନଗରଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଜେରା ପାଇଁ ନିଜ ହାଜତକୁ ନେବାକୁ ସିବିଆଇ ଶୁକ୍ରବାର ଲକ୍ଷ୍ନୌର ସ୍ବତନ୍ତ୍ର କୋର୍ଟରେ ଆବେଦନ କରିଛି। ଅନ୍ୟ ତିନି ଅଭିଯୁକ୍ତ ହେଲେ ସେନଗରଙ୍କ ଭାଇ ଅତୁଲ ସେନଗର, ବୀରେନ୍ଦ୍ର ସିଂହ ଏବଂ ଶୈଳେନ୍ଦ୍ର ସିଂହ। ଏଥିସହ ଜେଲରେ ବନ୍ଦୀ ଥିବା ପୀଡ଼ିତାଙ୍କ ଦାଦାଙ୍କୁ ଜେରା କରିବାକୁ ସିବିଆଇ କୋର୍ଟଙ୍କ ଅନୁମତି ଲୋଡିଛି। ପୀଡ଼ିତାଙ୍କ କାର ଦୁର୍ଘଟଣା ମାମଲାରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଏବଂ କ୍ଲିନରଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ସିବିଆଇର ଟ୍ରାଞ୍ଜିଟ ରିମାଣ୍ଡରେ ପଠାଇଛନ୍ତି। ଏହି ମାମଲାର ତଦନ୍ତ ୭ ଦିନ ଭିତରେ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଥିବା ବେଳେ ସିବିଆଇ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଚଳାଇଛି। ଦୁର୍ଘଟଣାର ଦୃଶ୍ୟ ପୁନଃ ପ୍ରସ୍ତୁତ କରି କେଉଁ ପରିସ୍ଥିତିରେ ଦୁର୍ଘଟଣା ହୋଇଥିଲା ତାହା ସିବିଆଇ ବୁଝିବାକୁ ଉଦ୍ୟମ କରିଛି। ସିବିଆଇ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏହାର ତଦନ୍ତକୁ ତ୍ବରାନ୍ବିତ କରିଛି। ସେହିପରି ଜେଲ୍‌ରେ ବିଧାୟକ ସେନଗରଙ୍କୁ କେଉଁମାନେ ସାକ୍ଷାତ କରିବାକୁ ଆସିଥିଲେ ସେମାନଙ୍କ ରେକର୍ଡ ସିବିଆଇ ଜେଲ ଅଧିକାରୀଙ୍କ ଠାରୁ ମାଗିଛି।
ଅନ୍ୟପଟେ ଗୁରୁତର ଆହତ ଅବସ୍ଥାରେ ଲ​କ୍ଷ୍ନୌର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପୀଡ଼ିତାଙ୍କୁ ଦିଲ୍ଲୀର ଏମ୍ସ ସ୍ଥାନାନ୍ତର ନ କରିବାକୁ ତାଙ୍କ ମା’ ସୁପ୍ରିମକୋର୍ଟଙ୍କ ନିକଟରେ ନିଜର ଇଚ୍ଛା ବ୍ୟକ୍ତ କରିଛନ୍ତି। ଫଳରେ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ନିର୍ଦେଶକୁ ସର୍ବୋଚ୍ଚ ଅଦାଲତ ସ୍ଥଗିତ ରଖିଛନ୍ତି। ରବିବାର ପୀଡିତା ତାଙ୍କର ଦୁଇ ସମ୍ପର୍କୀୟ ଓ ଓକିଲଙ୍କ ସହିତ ରାୟବରେଲି ଯାଉଥିବା ବେଳେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ସୁପ୍ରିମକୋର୍ଟ ଗୁରୁବାର ଏହି ମାମଲକୁ ବିଚାରକୁ ନେଇ ଏ ସମ୍ବନ୍ଧୀୟ ସମସ୍ତ ୫ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିଛନ୍ତି। ଏଥିସହ ୪୫ ଦିନ ମଧ୍ୟରେ ଶୁଣାଣି ​‌େ​‌ଶଷ କରିବାକୁ ନିର୍ଦେଶ ଦେଇଛନ୍ତି। ଚାକିରି ଆଶାରେ ଯାଇଥିବା ବେଳେ ତାଙ୍କୁ ସେନଗର ନିଜ ବାସଭବନରେ ବଳାତ୍କାର କରିଥିବା ନେଇ ୨୦୧୭ରେ ପୀଡ଼ିତା ଅଭିଯୋଗ କରିଥିଲେ। ୨୦୧୮ରେ ସେନଗରଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ସେ ଜେଲରେ ଅଛନ୍ତି। ପୀଡ଼ିତା କାର ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ସେନଗରଙ୍କ ସମେତ ୯ ଜଣଙ୍କ ବିରୋଧରେ ସିବିଆଇ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories