www.samajalive.in
Saturday, December 13, 2025
27.1 C
Bhubaneswar

ସାଇବର ଆତଙ୍କବାଦର ତଦନ୍ତ କରିବ ଜାତୀୟ ତଦନ୍ତ ସଂସ୍ଥା

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଜାତୀୟ ତଦନ୍ତ ସଂସ୍ଥା ସଂଶୋଧନ ଆଇନ ୨୦୧୯ ଆଜି (ଶୁକ୍ରବାର)ଠାରୁ କାର୍ଯ୍ୟକାରୀ ହୋଇଛି। ଜାତୀୟ ତଦନ୍ତ ସଂସ୍ଥାକୁ ଅଧିକ କ୍ଷମତା ପ୍ରଦାନ ସଂକ୍ରାନ୍ତ ଏହି ବିଲ୍‍ ଜୁଲାଇ ୧୭ ତାରିଖରେ ସଂସଦର ଅନୁମୋଦନ ଲାଭ କରିଥିଲା। ଭାରତ ବାହାରେ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଘଟାଇବା କ୍ଷେତ୍ରରେ ବିଦେଶରେ ଥିବା ଭାରତୀୟ ଓ ଭାରତୀୟମାନଙ୍କ ସମ୍ପତ୍ତି ସଂକ୍ରାନ୍ତରେ ତଦନ୍ତ କରିବାପାଇଁ ଏହି ଆଇନ ଏନ୍‍.ଆଇ.ଏ.କୁ କ୍ଷମତା ଦେଇଛି।

ଏହା ଫଳରେ ମାନବ ଚୋରାଚାଲାଣ, ନକଲି ନୋଟ୍‍, ବେଆଇନ ଅସ୍ତ୍ରଶସ୍ତ୍ର ତିଆରି ଓ ବିକ୍ରି, ସାଇବର ଆତଙ୍କବାଦ ଏବଂ ୧୯୦୮ ବିସ୍ଫୋରକ ସାମଗ୍ରୀ ଆଇନ ଅଧୀନରେ ତଦନ୍ତ କରିବାପାଇଁ ଏନ୍‍.ଆଇ.ଏ.କୁ ଅତିରିକ୍ତ କ୍ଷମତା ଦେବା ଲକ୍ଷ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି। ମାନବ ଚୋରାଚାଲାଣ ଓ ସାଇବର ଆତଙ୍କବାଦ ଅପରାଧଗୁଡ଼ିକର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ କରିବା ଲାଗି ମଧ୍ୟ ଏହି ଆଇନ ସହାୟକ ହେବ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories