www.samajalive.in
Tuesday, December 9, 2025
16.1 C
Bhubaneswar

ତିନି ତଲାକ ପାଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଅହମଦାବାଦ: ତିନି ତଲାକ ଉଚ୍ଛେଦ ପୂର୍ବକ ମୁସଲମାନ ମହିଳାଙ୍କୁ ସୁରକ୍ଷା ଦେବା ଲାଗି ସରକାର ସଂସଦରେ ବିଧେୟକ ଗୃହୀତ କରାଇଥିବାବେଳେ ଏହି ତିନି ତଲାକକୁ ନେଇ ବୁଧବାର ଗୁଜରାଟର ଅହମଦାବାଦରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ରିପୋର୍ଟ ଅନୁଯାୟୀ ମହିଳାଙ୍କୁ ତାଙ୍କ ସ୍ବାମୀ ତିନିଥର ତଲାକ କହି ଛାଡପତ୍ର ଦେଇଥିଲେ। ଏଥିରେ ବିଚଳିତ ହୋଇ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ମୃତ୍ୟୁରୁ ବର୍ତ୍ତି ଯାଇଥିବାବେଳେ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମହିଳା ଜଣଙ୍କ କହିଛନ୍ତି ସ୍ବାମୀ ତାଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ଦେବାରେ ପତ୍ନୀ ବିଫଳ ହେବାରୁ ପତି ନିଜ ଝିଅକୁ ଚଟାଣରେ ଫିଙ୍ଗି ଦେବା ସହ ତଲାକ ଦେଇଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସଂସଦରେ ଗୃହୀତ ବିଧେୟକ ଅନୁଯାୟୀ ତଲାକ ମାଧ୍ୟମରେ ଛାଡପତ୍ର ଦେଲେ ସର୍ବନିମ୍ନ ୩ବର୍ଷ ଜେଲ୍‌ ଭୋଗିବାକୁ ପଡିବ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories