www.samajalive.in
Saturday, December 13, 2025
23.1 C
Bhubaneswar

ସୁଖୋଇରେ ଲାଗିବ ଆକାଶରୁ ଆକାଶ ନିକ୍ଷେପ କ୍ଷେପଣାସ୍ତ୍ର: ଭାରତ-ରୁଷ୍‌ ୧୫୦୦କୋଟିର ବୁଝାମଣା ସ୍ବାକ୍ଷର

ନୂଆଦିଲ୍ଲୀ: ଭାରତ ଓ ରୁଷ୍ ମଧ୍ୟରେ ୧୫୦୦କୋଟି ଟଙ୍କାର ସାମରିକ ବୁଝାମଣା ସ୍ବାକ୍ଷର ହୋଇଛି। ବୁଝାମଣା ଅନୁଯାୟୀ ରୁଷଠାରୁ ଭାରତ ଆର-୨୭ କ୍ଷେପଣାସ୍ତ୍ର କ୍ରୟ କରିବ। ଆର-୨୭ ହେଉଛି ଆକାଶ ମାର୍ଗରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର। ରୁଷ୍‌ ଠାରୁ ଏହି କ୍ଷେପଣାସ୍ତ୍ର ଆଣି ଭାରତ ଏହାର ଯୁଦ୍ଧବିମାନ ସୁଖୋଇ-୩୦ ଏମକେଆଇ ଲଢୁଆ ଯୁଦ୍ଧ ବିମାନରେ ଲଗାଇବ। ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବର୍ଦ୍ଧିତ ରେଞ୍ଜର ଏହି କ୍ଷେପଣାସ୍ତ୍ର ବହୁ ଦୂରରେ ରହିଥିବା ଶତ୍ରୁ ପକ୍ଷର ଯୁଦ୍ଧ ବିମାନକୁ ନିଶାଣ କରିପାରିବ। ୧୦-ଆଇ ପ୍ରକଳ୍ପ ଅଧୀନରେ ଏହି କ୍ଷେପଣାସ୍ତ୍ର ଅଧିଗ୍ରହଣ କରାଯିବ। ଆର-୨୭ ମଧ୍ୟମ ଠାରୁ ଦୂରଗାମୀ କ୍ଷେପଣାସ୍ତ୍ର। ମିଗ୍ ଓ ସୁଖୋଇ ସିରିଜର ଯୁଦ୍ଧବିମାନ ପାଇଁ ରୁଷ୍ ଏହି କ୍ଷେପଣାସ୍ତ୍ର ତିଆରି କରିଛି। ଗତ ୫୦ଦିନ ମଧ୍ୟରେ ଭାରତୀୟ ବାୟୁସେନା ୭୬୦୦କୋଟି ଟଙ୍କାର କ୍ଷୁଦ୍ଧାସ୍ତ୍ର କ୍ରୟ ଲାଗି ବୁଝାମଣା କରିଛି। ଜରୁରୀକାଳୀନ ଅଧିଗ୍ରହଣ ଆଧାରରେ ଏହି ଚୁକ୍ତି ସ୍ବାକ୍ଷର ହୋଇଛି।

Hot this week

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

Related Articles

Popular Categories