www.samajalive.in
Monday, December 15, 2025
27.1 C
Bhubaneswar

୧୦୦କୋଟିର ନିକଟତର ‘ଦି ଲାୟନ କିଙ୍ଗ୍‍’

ମୁମ୍ବଇ : ଗତ ୧୯ ତାରିଖରେ ମୁକ୍ତିଲାଭ କରିଥିବା ଡିଜନୀର ଆନିମେଟେଡ଼୍‍ ଚଳଚ୍ଚିତ୍ର ‘ଦି ଲାୟନ କିଙ୍ଗ୍‍’ ବକ୍ସ ଅଫିସରେ ଏଯାବତ୍‍ ନିଜ ପ୍ରଭାବ ବିସ୍ତାର କରି ରଖିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। ଭାରତୀୟ ବଜାରରେ ମୁକ୍ତିଲାଭର ୯ ଦିନ ମଧ୍ୟରେ ଚଳଚ୍ଚିତ୍ର ୯୮.୪୮ କୋଟି ଟଙ୍କାର ବ୍ୟବସାୟ କରିଛି। ରବିବାର ଚଳଚ୍ଚିତ୍ର ଅତି ସହଜରେ ୧୦୦ କୋଟି ପାର୍‍ କରିବ ବୋଲି ତରଣ ମତପୋଷଣ କରିଛନ୍ତି।

ମୁକ୍ତିଲାଭର ପ୍ରଥମ ଦିନ ଶୁକ୍ରବାର ଚଳଚ୍ଚିତ୍ର ୧୧.୦୬ କୋଟି, ଶନିବାର ୧୯.୧୫ କୋଟି, ରବିବାର ୨୪.୫୪ କୋଟି, ସୋମବାର ୭.୯୦ କୋଟି, ମଙ୍ଗଳବାର ୭.୦୨ କୋଟି, ବୁଧବାର ୬.୨୫ କୋଟି ଓ ଗୁରୁବାର ୫.୬୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ଚଳଚ୍ଚିତ୍ରର ଦ୍ୱିତୀୟ ସପ୍ତାହର ଆୟ ବିଷୟରେ କହିବାକୁ ଗଲେ, ଶୁକ୍ରବାର ୫.୩୫ କୋଟି ଟଙ୍କା ଆୟ କରିଥିବା ବେଳେ ଶନିବାର ୧୧.୫୬ କୋଟି ଟଙ୍କା ଆୟ କରିଛି। ଏହାସହିତ ଏପର୍ଯ୍ୟନ୍ତ ‘ଦି ଲାୟନ କିଙ୍ଗ୍‍’ ବକ୍ସ ଅଫିସରେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରଖିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories