www.samajalive.in
Monday, December 15, 2025
26.1 C
Bhubaneswar

ବିଶ୍ୱ ହେପାଟାଇଟିସ୍‍ ଦିବସ : ଏହି ରୋଗର ଲକ୍ଷଣ ଏବଂ ନିରାକରଣ

୨୮ ଜୁଲାଇ ଅର୍ଥାତ୍‍ ଆଜି ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ କରାଯାଉଛି। ଉକ୍ତ ରୋଗର ଲକ୍ଷଣ, ପରୀକ୍ଷଣ ଏବଂ ନିରାକରଣ ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ହେପାଟାଇଟିସ୍‍ ଦିବସ ପାଳନ କରାଯାଏ। ହେପାଟାଇଟିସ୍ ଏମିତି ଏକ ସଂକ୍ରାମକ ରୋଗ ଯାହା ଆମ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଯକୃତ ପ୍ରତି ବିପଦ ସୃଷ୍ଟି କରିଥାଏ। ହେପାଟାଇଟିସ୍ ସାଧାରଣତଃ ୫ ପ୍ରକାରର ହୋଇଥାଏ। ହେପାଟାଇଟିସ୍‌ ଏ, ବି, ସି, ଡି ଏବଂ ଈ। ତେବେ ବିଶ୍ୱ ହେପାଟାଇଟିସ୍‍ ଦିବସ ଅବସରରେ ଆସନ୍ତୁ ଜାଣିବା ହେପାଟାଇଟିସ୍‍ ରୋଗର ଲକ୍ଷଣ ଏବଂ ନିରାକରଣ ବିଷୟରେ –

ଲକ୍ଷଣ :
– ହେପାଟାଇଟିସ୍ ରୋଗର ମୁଖ୍ୟ ଲକ୍ଷଣ ହେଉଛି ବ୍ୟକ୍ତିର ଆଖି ଓ ଶରୀରର ରଙ୍ଗ ହଳଦିଆ ପଡ଼ିବା।
– ତରଳ ଝାଡ଼ା ହେବା ଓ ଲାଗିରହିବା।
– ତ୍ବଚା ଅତି ସମ୍ବେଦନଶୀଳ ହେବା।
– ଭୋକ ନ ଲାଗିବା।
– ବଦ ହଜମୀ ଓ ବାନ୍ତି।
– ପେଟରେ ଯନ୍ତ୍ରଣା।
– ପେଟ ଫୁଲିବା।
– ଜ୍ବର ଏବଂ ଥକ୍କାପଣ ଲାଗି ରହିବା।
– ମୁଣ୍ଡବ୍ୟଥା ହେବା।
– ଚିଡ଼ଚିଡ଼ା ଲାଗିବା।

- Advertisement -

ନିରାକରଣ :
– ହେପାଟାଇଟିସ୍ ବର୍ଷା ଋତୁରେ ଅଧିକ ବ୍ୟାପିଥାଏ। ତେଣୁ ଏହି ସମୟରେ ଅଧିକ ତେଲ ଯୁକ୍ତ, ଅତ୍ୟଧିକ ମସଲା ଯୁକ୍ତ, ଆମିଷ ଏବଂ ଭାରି ଖାଦ୍ୟ ଖାଇବା ଅନୁଚିତ୍।
– ଏହି ରୋରୁ ରକ୍ଷା ପାଇବା ପାଇଁ ନିରାମିଷ ଖାଦ୍ୟ, ବ୍ରଉନ ରାଇସ୍, ସବୁଜ ପନିପରିବା, ଭିଟାମିନ୍-ସି ଯୁକ୍ତ ଫଳ ତଥା ଖାଦ୍ୟ ଆଦି ଭରପୂର ମାତ୍ରାରେ ସେବନ କରିବା ଉଚିତ।
– ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ସେବନ କରିବା ଅନୁଚିତ।
– ଫାଷ୍ଟଫୁଡ୍ ଠାରୁ ଦୂରେଇ ରୁହନ୍ତୁ।
– ଛେନା ଏବଂ ଲହୁଣି ଖାଆନ୍ତୁ ନାହିଁ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories