www.samajalive.in
Saturday, December 6, 2025
26.1 C
Bhubaneswar

ସହର ମୁହାଁ ୪ଟି ଭାଲୁ , ନବରଙ୍ଗପୁରରେ ଲୋକେ ଆତଙ୍କିତ

ନବରଙ୍ଗପୁର : ଜଙ୍ଗଲ ନଷ୍ଟ ଓ ଖାଦ୍ୟ ଅଭାବରୁ ଏବେ ବନ୍ୟ ଜନ୍ତୁମାନେ ସହର ଓ ଜନବସତି ମୁହାଁ ହେଉଛନ୍ତି। ଏଭଳି ଏକ ଘଟଣା ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଓ ଜାମାଲ କଲୋନୀରେ ଦେଖିବାକୁ ମିଳିଛି। କିଛି ଦିନ ହେଲା ୪ଟି ଭାଲୁ ସନ୍ଧ୍ୟା ହେବା ମାତ୍ରେ ସାହି ଭିତରକୁ ପଶି ଆସି ବୁଲୁଛନ୍ତି। ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସନ୍ଧ୍ୟା ପରେ ବାହାରକୁ ବାହାରିବାକୁ ଅସୁରକ୍ଷିତ ମନେ କରୁଛନ୍ତି। ପ୍ରାୟ ଏକ ସପ୍ତାହ ଧରି ଦୁଇଟି ଭାଲୁ ଜାମାଲ କଲୋନୀରେ ଚଳପ୍ରଚଳ କରୁଥିବାରୁ କଲୋନୀବାସୀଙ୍କର ଅଭିଯୋଗ କ୍ରମେ ବନବିଭାଗ ପକ୍ଷରୁ ଭାଲୁ ଧରିବାକୁ ଯନ୍ତା ବସାଯାଇଛି। ଭାଲୁ ଧରିବା ପାଇଁ ଯନ୍ତାରେ ଖାଦ୍ୟ ଦିଆଯାଇଥିଲେ ମଧ୍ୟ ଭାଲୁ ଏହା ନିକଟକୁ ଆସୁନଥିବାରୁ ଏହା ସଭିଁଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି। ସେହିପରି ଅନ୍ୟ ଦୁଇଟି ଭାଲୁ ସହରର ମିର୍ଗାନଗୁଡ଼ା ଅଞ୍ଚଳରେ ସନ୍ଧ୍ୟା ହେଲେ ବୁଲୁଛନ୍ତି। ଫଳରେ ଏହି ଅଞ୍ଚଳବାସୀ ମାନେ ମଧ୍ୟ ଭୟର ବାତାବରଣ ମଧ୍ୟରେ ରହିଛନ୍ତି। ଜିଲା ମୁଖ୍ୟଡ଼ାକ୍ତରଖାନାର ରାସ୍ତାରେ ଭାଲୁ ଚଳପ୍ରଚଳ କରୁଥିବାରୁ ଡ଼ାକ୍ତରଖାନାକୁ ଯାଉଥିବା ରୋଗୀଙ୍କ ପାଇଁ ଏହା ବିପଦର କାରଣ ପାଲଟିଛି। ଏହାସହ ଲୋକଙ୍କ ନିତିଦିନିଆ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories