www.samajalive.in
Saturday, December 6, 2025
26.1 C
Bhubaneswar

ବର୍ଷା ପାଣିରେ ଫସିଲା ଟ୍ରେନ, ଅଟକିଛନ୍ତି ୭୦୦ ଯାତ୍ରୀ

ମୁମ୍ବଇ: ମୁମ୍ବଇରେ ପୁଣି ଥରେ ବର୍ଷା ଦୁର୍ଦ୍ଦଶା ଦେଖିବାକୁ ମିଳିଛି। ପ୍ରବଳ ବର୍ଷାରେ ସହରବାସୀ ହନ୍ତସନ୍ତ ହେଉଛନ୍ତି। ବିଭିନ୍ନ ଅଞ୍ଚଳ ବର୍ଷାଜଳରେ ଘେରାବନ୍ଦୀ ହୋଇ ରହିଛି। ଆଗାମୀ ୨୪ ଘଣ୍ଟା ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି  କରିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁ ବଦଲାପୁର ନିକଟରେ ମହାଲକ୍ଷ୍ମୀ ଏକ୍ସପ୍ରେସ ଟ୍ରେନ ଫସିରହିଛି। ଟ୍ରେନରେ ପାଖାପାଖି ୭୦୦ ଯାତ୍ରୀ ରହିଛନ୍ତି। ଏନଡିଆରଏଫ ଟିମ ପହଞ୍ଚି ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରେଲୱେ ପକ୍ଷରୁ ଯାତ୍ରୀମାନଙ୍କୁ ବିସ୍କୁଟ ଏବଂ ପାଣି ବଣ୍ଟନ କରାଯାଉଛି। ରେଲୱେ ସୁରକ୍ଷା ବଳ ଏବଂ ସହରର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି। ଘଟଣାସ୍ଥଳକୁ ୩ଟି ନୌକା ପଠାଯାଇଥିବା ସୂଚନା ଏବଂ ଜନସମ୍ପର୍କ ମହାନିର୍ଦେଶକ ବୃଜେଶ ସିଂହ କହିଛନ୍ତି। ଯାତ୍ରୀମାନଙ୍କୁ ଟ୍ରେନରେ ରହିବାକୁ ମଧ୍ୟ ରେଲୱେ ପକ୍ଷରୁ ନିବେଦନ କରାଯାଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories