www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନକୁ ସୁରକ୍ଷା ସହାୟତା ଯୋଗାଇବ ଆମେରିକା, ୬୭୦ କୋଟିର ପାଣ୍ଠି ମଞ୍ଜୁର

ନୂଆଦିଲ୍ଲୀ: ଆମେରିକାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଲୋଚନା ପରେ ପେଣ୍ଟାଗନ ପକ୍ଷରୁ ୬୭୦ କୋଟି ଟଙ୍କାର ପାଣ୍ଠି ମଞ୍ଜୁର କରାଯାଇଛି। ଏହି ପାଣ୍ଠି ଜରିଆରେ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନଗୁଡ଼ିକର ବ୍ୟବହାର ଉପରେ ୨୪ ଘଣ୍ଟା ନଜର ରଖାଯାଯିବ।

ଆମେରିକା ବିଦେଶ ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି, ପାକିସ୍ତାନକୁ ଦିଆଯିବାକୁ ଥିବା ସୁରକ୍ଷା ସହାୟତା ଉପରେ ରୋକ ଲଗାଇବା ପାଇଁ ଟ୍ରମ୍ପ ୨୦୧୮ ଜାନୁୟାରୀରେ ଦେଇଥିବା ଆଦେଶ ଏବେ ବି ବଳବତ୍ତର ରହିଛି। ବର୍ତ୍ତମାନ ନିଆଯାଇଥିବା ନିଷ୍ପତ୍ତି କେବଳ ପାକିସ୍ତାନରେ ଏଫ-୧୬ ଯୁଦ୍ଧ ବିମାନଗୁଡ଼ିକର ବ୍ୟବହାର ଉପରେ ନଜର ରଖିବା ଲାଗି ଉଦ୍ଦିଷ୍ଟ। କାରଣ ଏହା ଅଧୀନରେ ଏଫ-୧୬ କାର୍ଯ୍ୟକ୍ରମ ଉପରେ ନଜର ରଖିବାରେ ସହାୟତା କରିବା ଲାଗି ସେଠାରେ ୬୦ ପ୍ରତିନିଧିଙ୍କ ଆବଶ୍ୟକତା ରହିଛି।

- Advertisement -

ଏହି ନିଷ୍ପତ୍ତି ଆମେରିକାର ବୈଷୟିକ ସୁରକ୍ଷାରେ ଉପଯୋଗୀ ସାବ୍ୟସ୍ତ ହେବ। ଆମେରିକାର ବିଦେଶ ନୀତି ଏବଂ ରାଷ୍ଟ୍ରୀୟ ସୁରକ୍ଷା ସୁଦୃଢ଼ ହୋଇପାରିବ। ବିଦେଶ ମନ୍ତ୍ରଣାଳୟ ଏଫ-୧୬ କାର୍ଯ୍ୟକ୍ରମକୁ ସହଯୋଗ କରିବା ପାଇଁ ବୈଷୟିକ ସୁରକ୍ଷା ଦଳ ଲାଗି ୬୭୦ କୋଟି ଟଙ୍କାର ସହାୟତା କରିବାକୁ ନିଷ୍ପତ୍ତି ନେଇଛି ବୋଲି ଆମେରିକାର ପ୍ରତିରକ୍ଷା ସୁରକ୍ଷା ସହଯୋଗ ସଂସ୍ଥା ଏକ ବିବୃତିରେ କହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories