www.samajalive.in
Saturday, December 13, 2025
23.1 C
Bhubaneswar

କାରଗିଲ ଯୁଦ୍ଧରେ ଦେବଦୂତ ସାଜିଥିଲେ ପ୍ରଥମ ମହିଳା ପାଇଲଟ୍

ସମଗ୍ର ଦେଶରେ ଆଜି କାରଗିଲ ବିଜୟ ଦିବସ ପାଳନ କରାଯାଉଛି । ଏହି ଅବସରରେ ରାଷ୍ଟ୍ରପତି, ଊପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଦେଶର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଦେଶ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ସାହାସୀ ସହିଦଙ୍କ ବୀରତ୍ବକୁ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଆମେ ଏଭଳି କିଛି ସାହସୀ ଯୋଦ୍ଧାମାନଙ୍କୁ ଭୁଲି ଯାଇଛେ ଯେଉଁମାନେ ନେପଥ୍ୟରେ ରହି କାରଗିଲ୍ ଯୁଦ୍ଧ ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଥିଲେ । ସେମାନଙ୍କ ମଧ୍ୟରୁ ପାଇଲଟ୍ ଗୁଞ୍ଜନ ସକ୍‌ସେନା ଏବଂ ଶ୍ରୀବିଦ୍ୟା ରାଜନ ଅନ୍ୟତମ । ଏହି ଦୁଇ ମହିଳା ପାଇଲଟ୍ କାରଗିଲ ଯୁଦ୍ଧ ସମୟରେ କେବଳ ଶତ୍ରୁପକ୍ଷ ସହ ଲଢିଥିଲେ ତାହା ନୁହେଁ, ନିୟନ୍ତ୍ରଣ ରେଖା ଆରପଟେ ଥିବା ସୈନିକମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରୁଥିଲେ ଏବଂ ଆହତ ଯବାନମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପାଇଲଟ୍ ଗୁଞ୍ଜନ ସକ୍‌ସେନାଙ୍କ ଏହି ସାହାସୀ ଉଦ୍ୟମ ପାଇଁ ତାଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଥିଲା ।

୨୦ ବର୍ଷ ପୂର୍ବେ ବାୟୁସେନାରେ ମହିଳାଙ୍କ ପଇଁ ବର୍ତ୍ତମାନ ଭଳି ସୁବିଧା ସୁଯୋଗ ଉପଲବ୍ଧ ନଥିଲା। ସର୍ଟ ସର୍ଭିସ୍ କମିଶନ ମାଧ୍ୟମରେ ମାତ୍ର ୭ ବର୍ଷ ପାଇଁ ମହିଳାଙ୍କୁ ଦେଶ ସେବା କରିବା ପାଇଁ ସୁଯୋଗ ମିଳିଥିଲା। ଏଭଳି ପରିସ୍ଥିତିରେ ସେନା ପରିବାରରୁ ଆସିଥିବା ଗୁଞ୍ଜନ ସକ୍‌ସେନା ଏବଂ ଶ୍ରୀବିଦ୍ୟା ରାଜନ ୨୫ ଜଣ ଟ୍ରେନି ପାଇଲଟ୍ ଙ୍କ ମଧ୍ୟରେ ଥିଲେ । ୧୯୯୪ରେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ବ୍ୟାଚରେ ସେମାନଙ୍କୁ ସାମିଲ ହେବାର ସୁଯୋଗ ମିଳିଥିଲା ।

- Advertisement -

୧୯୯୯ କାରଗିଲ୍ ଯୁଦ୍ଧରେ ସେମାନଙ୍କୁ ଦେଶ ପାଇଁ କିଛି କରି ​‌ଦେଖାଇବାର ଅବସର ମିଳିଥିଲା। ଏହା ପୂର୍ବରୁ ସେମାନେ ପାଇଲଟ୍ ​‌ଜେଟ୍ ଚଳାଇ ନଥିଲେ । ଯୁଦ୍ଧ ସମୟରେ ଆବଶ୍ୟକ ପଡିବାରୁ ଏହି ଦୁଇ ଜଣଙ୍କୁ ଯୁଦ୍ଧ କ୍ଷେତ୍ରକୁ ପଠାଇବାର ନିଷ୍ପତ୍ତି ନିଆଯାଇଥିଲା। ଆହତ ଯବାନଙ୍କୁ ଉଦ୍ଧାର କରିବା, ଖାଦ୍ୟ ସାମଗ୍ରୀ ଯୋଗାଇବା ଏବଂ ସବୁଠୁ ଗୁରୁତ୍ବପୂର୍ଣ୍ଣ ପାକିସ୍ତାନର କାର୍ଯ୍ୟାକଳାପ ଉପରେ ନଜର ରଖିବାକୁ ଦାୟିତ୍ବ ସେମାନଙ୍କୁ ଦିଆଯାଇଥିଲା।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories