www.samajalive.in
Wednesday, December 10, 2025
14.1 C
Bhubaneswar

ଜେପି ନଡ୍ଡା ପ୍ରକାଶ କଲେ ମୋଦୀ ସରକାର ୨.୦ର ୫୦ ଦିନର ରିପୋର୍ଟ କାର୍ଡ

ନୂଆଦିଲ୍ଲୀ : ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ମୋଦୀ ସରକାର ୨.୦ (ଦ୍ୱିତୀୟ ପାଳି)ର ୫୦ ଦିନ କାର୍ଯ୍ୟର ହିସାବ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ମୋଦୀ ସରକାରଙ୍କ ୫୦ ଦିନର ନିଷ୍ପତ୍ତି ୫୦ ବର୍ଷଠାରୁ ବହୁତ ଭଲ ଥିଲା।

ରିପୋର୍ଟ କାର୍ଡରେ କୁହାଯାଇଛି ଯେ ଦୀର୍ଘ ଦିନ ଧରି ନିଷ୍ପତ୍ତି ନେବା ପ୍ରକ୍ରିୟାରୁ ବଞ୍ଚିତ ରହିଥିବା ଗ୍ରାମ, ଗରିବ, କୃଷକ, ଶ୍ରମିକ, ବ୍ୟବସାୟୀ ଛୋଟ ବେପାରୀଙ୍କୁ ମୁଖ୍ୟଧାରାରେ ସାମିଲ କରି ଦେଶକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ସମର୍ପିତ ରହିଛି। ଜେଲଠାରୁ ନେଇ ଚନ୍ଦ୍ର ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

- Advertisement -

୨୦୨୪ ସୁଦ୍ଧା ସମସ୍ତ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଗ୍ରାମ ଗୁଡ଼ିକ ପାଇଁ ୧.୨୫ ଲକ୍ଷ କିଲୋକିମଟର ସଡ଼କ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ବାର୍ଷିକ ୧.୫ କୋଟି ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀ ତଥା ଛୋଟ ବେପାରୀଙ୍କୁ ପ୍ରଧାନମନ୍ତ୍ରୀ ମାନଧନ ଯୋଜନାରେ ଯୋଡ଼ାଯିବ। ଏହି ନିଷ୍ପତ୍ତି ଦ୍ୱାରା ପ୍ରାୟ ୩ କୋଟି କ୍ଷୁଦ୍ର ବ୍ୟବସାୟୀ ଲାଭବାନ ହେବେ।

୫ ବର୍ଷରେ ଦେଶର ଅର୍ଥନୀତିକୁ ୫ ଶତପରାର୍ଦ୍ଧ (ଟ୍ରଲିୟନ) ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ମଧ୍ୟରେ ୧ ଲକ୍ଷ କୋଟି ଡଲାର ଭିତ୍ତିଭୂମିରେ ବିନିଯୋଗ କରାଯିବ। ରାଜନୈତିକ ଇଚ୍ଛଶକ୍ତିରୁ ଏହା ସମ୍ଭବ ହୋଇପାରିଛି ବୋଲି ରିପୋର୍ଟରେ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories