www.samajalive.in
Monday, December 8, 2025
24.1 C
Bhubaneswar

ସ୍ପଷ୍ଟ ହେଲା ମୃତଦେହରୁ ଆଖି ଗାଏବ ଘଟଣା; ଚୋରି ନୁହେଁ ବରଂ ସେପ୍ଟସେମିଆ ଯୋଗୁଁ ଆଖି ନଷ୍ଟ ହୋଇଛି

ଅନୁଗୁଳ: ଅନୁଗୁଳର ମେଡିକାଲରୁ ମୃତକଙ୍କ ଆଖି ଗାଏବ ଘଟଣାର ପର୍ଦ୍ଦାଫାସ ହୋଇଛି । ଶୁକ୍ରବାର ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଆଖି ଚୋରି ହୋଇଥିବା ସ୍ପଷ୍ଟ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ସେପ୍ଟସେମିଆ ରୋଗ ଯୋଗୁଁ ଶିଶୁକନ୍ୟାର ଆଖି ନଷ୍ଟ ହୋଇଛି । ସେହିପରି ଦ୍ୱିତୀୟ ଅଭିଯୋଗର ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ପ୍ରକାଶ ପାଇବା ପରେ ଶବାଗାରରୁ ଆଖି ଚୋରି ହୋଇନାହିଁ ବୋଲି ବୋଲି ସିଡିଏମଓ ପ୍ରତାପ କୁମାର ବେହେରା କହିଛନ୍ତି ।

ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ଅନୁଗୁଳ ମେଡିକାଲର ଶବାଗାରରୁ ୪ ବର୍ଷର ଶିଶୁକନ୍ୟାର ୨ଟି ଆଖି ଗାଏବ ହୋଇଥିବା ଖବର ମିଳିଥିଲା । ଶବାଗାରରୁ କେହି ଶିଶୁର ୨ଟି ଆଖି ତାଡି ନେଇଥିବା ଅଭିଯୋଗ ହୋଇଥିଲା । ଏହାର କିଛି ଦିନ ମଧ୍ୟରେ ଜରପଡା ଥାନା ଅନ୍ତର୍ଗତ କୁଶକିଳା ଗାଁର ଜମ୍ବେଶ୍ୱର ନାୟକଙ୍କ ଡାହାଣ ଆଖି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories