www.samajalive.in
Saturday, December 13, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବଡ଼ ଖବର :

# ବି.ଏସ୍‍. ୟେଦିୟୁରାପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ କିଛି ସମୟ ପରେ ଶପଥ ନେବେ, ଶପଥଗ୍ରହଣ ଉତ୍ସବକୁ ସେ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି।
# କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଆଜି ସାରା ଦେଶରେ ପାଳିତ ହେଉଛି, ଏହି ଅବସରରେ ଅମର ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି

# ଆମାସ ଓ ବିହାରରେ ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି।

- Advertisement -

# ଏମ୍‍ସିଏଲ୍‍ ଭରତପୁର କୋଇଲା ଖଣିରେ ମାଟି ତଳେ ଦବି ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।

ଆଞ୍ଚଳିକ :

# ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏମ୍‍ସିଏଲ୍‍ ଭରତପୁର କୋଇଲା ଖଣିରେ ମାଟି ତଳେ ଦବି ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଓ ଖଣିରେ ପାଣି ସତ୍ତ୍ବେ ଅନ୍ୟ ଦୁଇଜଣଙ୍କର ମୃତଦେହ ଉଦ୍ଧାର ପାଇଁ କାର୍ୟ୍ୟ ଚାଲୁ ରହିଛି।
# ଓଡ଼ିଶା ହାଇକୋର୍ଟର ୭୨ତମ ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ବି.କେ. ରାୟଙ୍କ ଶ୍ରାଦ୍ଧବାର୍ଷିକ ଓ ଆଜି ହାଇକୋର୍ଟରେ ପାଳିତ ହୋଇଯାଇଛି। 

# ରଥଯାତ୍ରା ଶେଷ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଆଜିଠାରୁ ପୁରୀରେ ତିନି ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି।
ପରମ୍ପରା ତଥା ନିୟମ ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି, ପରେ ବଡ଼ଠାକୁର ହଳଧରଙ୍କ ତାଳଧ୍ୱଜ ଓ  ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। 

ଜାତୀୟ :

# ବି.ଏସ୍‍. ୟେଦିୟୁରାପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଶପଥଗ୍ରହଣ ଉତ୍ସବକୁ ସେ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। 
#  କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଆଜି ସାରା ଦେଶରେ ପାଳିତ ହେଉଛି, ୧୯୯୯ ମସିହାର ଆଜିର ଦିନରେ ଅପରେସନ ବିଜୟ ସଫଳତାର ସହ ସମ୍ପନ୍ନ ହେବା ସହ ଭାରତ କାର୍ଗିଲ ଘାଟିକୁ ନିଜ ଅଧିନକୁ ଆଣିଥିଲା। ଚଳିତବର୍ଷର କାର୍‍ଗିଲ ବିଜୟ ଦିବସର ବାର୍ତ୍ତା ହେଉଛି ‘ସ୍ମରଣକର, ପାଳନ କର ଓ ନୂତନତ୍ୱ ଆଣ’।
# ଚନ୍ଦ୍ରଯାନ-୨କୁ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ପଠାଇବା ପ୍ରସ୍ତୁତିର ଅଂଶସ୍ୱରୂପ ଏହାକୁ   ଆଜି ସକାଳେ ୨ୟ କକ୍ଷପଥକୁ  ପଠାଯାଇଛି। ଇସ୍ରୋ ବୈଜ୍ଞାନିକମାନେ ୧୪ମିନିଟ୍‍ ୪୩ସେକେଣ୍ଡ ପର୍ୟ୍ୟନ୍ତ ରକେଟ୍ରେଳ ଥିବା ଇଞ୍ଜିନକୁ ଚଳାଇ ଚନ୍ଦ୍ରଯାନ-୨ର କକ୍ଷପଥକୁ ଉପରକୁ ଉଠାଇଥିଲେ।

ଆନ୍ତର୍ଜାତୀୟ: 

# ଏମ୍‍.ଟି ରିଆ ଜାହାଜର ୧୨ଜଣ ଭାରତୀୟଙ୍କ ମଧ୍ୟରୁ ୯ଜଣଙ୍କୁ ଇରାନ୍‍ ମୁକ୍ତ କରିଛି। ଚଳିତମାସ ପ୍ରାରମ୍ଭରେ ସେହି ଜାହାଜକୁ ଇରାନ ଜବତ ରଖିଥିଲା।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories