www.samajalive.in
Monday, December 8, 2025
16.1 C
Bhubaneswar

ଆନ୍ତଃରାଜ୍ୟ ଲୁଟେରା ଗିରଫ

ଝାରସୁଗୁଡା : ରାଜ୍ୟର ବିଭିନ୍ନ ସ୍ଥାନରୁ ଗାଡି ଡିକି ଭାଙ୍ଗି ଲୁଟ୍ କରୁଥିବା ଏକ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହୋଇଛି । ଏକ ଲୁଟ୍ ଉଦ୍ୟମ ବେଳେ ଝାରସୁଗୁଡା ପୁଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୯୦ ହଜାର ଟଙ୍କା, ୩ଟି ବାଇକ ଓ ୬ଟି ମୋବାଇଲ ପୁଲିସ ଜବତ କରିଛି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ଆଶିକା ଅଞ୍ଚଳର ମୂଳ ବାସିନ୍ଦା କେ.ଶ୍ରୀନିବାସ ଏବଂ ଅନ୍ୟ ୩ ଜଣ ମିଶି ଗତ ୬ ମାସରୁ ଉର୍ଦ୍ଧ୍ବ ହେବ ଗାଡି ଡିକି ଭାଙ୍ଗି ଟଙ୍କା ଲୁଟ୍ କରୁଥିଲେ। ଗତ ଜୁନ ମାସ ୧୧ ତାରିଖରେ ଝାରସୁଗୁଡା ଜିଲ୍ଲାର ଲଇକେରାରେ ଏକ ଲକ୍ଷ  ଏବଂ ଜୁଲାଇ ମାସ ୩ ତାରିଖରେ ବଡମାଲ ଥାନା ଅନ୍ତର୍ଗତ ଶାପଡାରେ ଦୁଇ ଲକ୍ଷ ଟଙ୍କା ଡିକି ଭାଙ୍ଗି ଚୋରି କରିଥିଲା। ଝାରସୁଗୁଡା ପୁଲିସ ଏହାର ତଦନ୍ତ କରି କେ. ଶ୍ରୀନିବାସ ସହିତ ମୋଟ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ୍ ଝାରସୁଗୁଡା ସମେତ ରାଉରକେଲା, ସୁନ୍ଦରଗଡ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡା ଜିଲ୍ଲାରେ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories