www.samajalive.in
Sunday, December 7, 2025
14.1 C
Bhubaneswar

ଅଧାପନ୍ତରିଆ ପୋଲ ନିର୍ମାଣ; ଯାତାୟତରେ ବାଧକ ସାଜୁଛି ବେଶରଗୁଡା ନାଳ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚୁଡଙ୍ଗପୁର ଗ୍ରାମ ପଂଚାୟତ ଅଧିନ ବେଶରଗୁଡା ବଡ ନାଳ ଗମନାଗମନରେ ଅଂଚଳବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି । ବର୍ଷାଦିନ ହେଲେ ଉକ୍ତ ନାଳରେ ବନ୍ୟା ପାଣି ଆସିବା ଯୋଗୁଁ ଚୁଡଙ୍ଗପୁର, ଅନ୍ତରବା, କେଶରୀଗୁଡା, ସିନ୍ଧୁରଡାଙ୍ଗ ଏବଂ ସମ୍ବଲୁପୁର ପଂଚାୟତର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଗ୍ରାମର ୧୫ ହଜାରରୁ ଅଧିକ ମାତ୍ରାରେ ସାଧାରଣ ଲୋକ ଏହି ପୋଲ ଉପରେ ପ୍ରତ୍ୟେକ ଦିନ ଯାତାୟତ ପାଇଁ ନିର୍ଭର କରିଥାନ୍ତି । ବାର୍ଦ୍ଧକ୍ୟ ଭତ୍ତା, ଖାଉଟି କାର୍ଡ ଚାଉଳ, ବିଦ୍ଧବା ଭତା, ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗର୍ଭବତୀ ମହିଳାଙ୍କୁ ଆଣିବା, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ମୋହନାକୁ ପାଠ ପଢିବା ପାଇଁ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅର୍ଦ୍ଧ ନିର୍ମିତ ପୋଲଟି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ୧୦ ଲକ୍ଷ ଟଙ୍କା ଅନୁଦାନ ପାଣ୍ଠିରୁ ନିର୍ମିତ ହୋଇଥିଲା କିନ୍ତୁ ଅର୍ଥ ଅଭାବରୁ ପୋଲଟି ଉପରେ ଛାତ ପଡିନପାରି ଅସମ୍ପୂର୍ଣ୍ଣ ହୋଇ ୨ ମାସ ହେଲା ପଡିରହିଛି । ଏ ସମ୍ପର୍କରେ ଚୁଡଙ୍ଗପୁର ସରପଂଚ ସେବତୀ ଗମାଙ୍ଗ ୦୫.୦୭.୨୦୧୯ ଲିଖିତ ଓ ମୌଖିକ ଭାବେ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଧେଶକ, ବିଡିଓ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଏହାର ସୁଫଳ ଆଜି ପର୍ଯ୍ୟନ୍ତ ମିଳିନାହିଁ । ବର୍ଷାଦିନେ ଉକ୍ତ ଅଂଚଳ ଗୁଡିକର ଜନସାଧାରଣ ଗମନା ଗମନରୁ ବଂଚିତ ହେଉଛନ୍ତି । ଏଣୁ ଉଚ୍ଚ କର୍ତ୍ତପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ଅର୍ଥ ମଞ୍ଜୁର ଓ ଶୀଘ୍ର ପଦକ୍ଷେପ ନେବାପାଇଁ ଅଂଚଳବାସୀ ଦାବି କରିଛନ୍ତି ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories