ବୃଦ୍ଧି ପାଉଛି ବେଆଇନ ପୋଡା କୋଇଲ କାରବାର, ନିରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ
ବ୍ରଜରାଜନଗର: ବ୍ରଜରାଜନଗର ସହର ନିକଟରେ ଥିବା ଜନବସତି ଅଂଚଳ ଓ ପଡିଆରେ ଦୀର୍ଘ ଦିନରୁ ବେଆଇନ ପୋଡା କୋଇଲା( ଧୁମ ବିହୀନ କୋଇଲା ) କାରବାର ଚାଲିଛି । ଦିନକୁ ଶହ ଶହ ମୋପେଡ ଓ ଟ୍ରକରେ ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ସୁନ୍ଦରଗଡ଼ ଆଦି ଅଂଚଳକୁ ବେଧଡକ ଭାବେ ପଠାଯାଉଛି। ଖୋଲମ ଖୁଲା ଭାବେ ଚାଲିଥିବା ଜାତୀୟ ସମ୍ପତ୍ତି ଲୁଟ ଏବଂ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିଲେ ହେଁ ଜିଲ୍ଲା ପ୍ରଶାସନ ଓ ଏମସିଏଲ ସମ୍ପୂର୍ଣ୍ଣ ଭାବ ନିରବଦ୍ରଷ୍ଟା ସାଜିଛି। ପୂର୍ବତନ ଖଣି ଉପ ନିର୍ଦେଶକ ବିଜୟ କୁମାର ନନ୍ଦି ଏକ ସ୍କ୍ୱାର୍ଡ ଗଠନ କରି ଏହି ବେଆଇନ କାରବାର ଉପରେ ଲଗାତାର ଚଢ଼ଉ କରି ଏଥିରେ ରୋକ ଲାଗିବାରେ ସଫଳ ହୋଇଥିଲେ। ହେଲେ ତାହା ଆଉ ଦେଖିବାକୁ ମିଳୁନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି। କୋଇଲା ପୋଡା ଯାଉଥିବା ଅଂଚଳରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥିବାରୁ ପୁରୁଷ, ମହିଳା ଓ କୋମଳମତି ଶିଶୁମାନେ ଶ୍ୱାସ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ ଯେ, ଝାରସୁଗୁଡା, ଢେଙ୍କାନାଳ, ଅନଗୁଳ, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ବାୟୁ ପ୍ରଦୂଷଣ ଉତ୍କଟ ହୋଇଥିବାରୁ ଉପରୋକ୍ତ ଜିଲ୍ଲାର ରାସ୍ତା କଡ଼ ଢ଼ାବା ଓ ହୋଟେଲ ଗୁଡିକରେ ଜାଳେଣି ଭାବେ କଞ୍ଚା କୋଇଲର ବ୍ୟବହାରକୁ ସରକାର ତରଫରୁ ନିଷିଦ୍ଧ କରାଯାଇଛି। ଯାହାର ଫାଇଦା ଉଠାଇ ଚୋରା ଚାଲାଣକାରୀମାନେ ବ୍ରଜରାଜନଗରର ବିଭିନ୍ନ କୋଇଲା ଖଣିରୁ ଚୋରିରେ କୋଇଲା ଆଣି ବେଆଇନ ଭାବେ ଧୂମ ବିହୀନ କୋଇଲା ପ୍ରସ୍ତୁତ କରି ବାର୍ଷିକ କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି।
Comments are closed.