www.samajalive.in
Sunday, December 14, 2025
19.1 C
Bhubaneswar

୬ ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ୬ ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହି କ୍ରମରେ ଆନନ୍ଦିବେନ ପଟେଲଙ୍କୁ ଉତ୍ତରପ୍ରଦେଶର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରକାଶ ଯେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ଏବେ ମଧ୍ୟପ୍ରଦେଶର ରାଜ୍ୟପାଳ ଅଛନ୍ତି। ଏବେ ତାଙ୍କୁ ଉତ୍ତରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ବିହାର ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ ଏବଂ ଜଗଦୀପ ଧନଖଡ଼ଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ରାଜ୍ୟପାଳ ରାମ ନାଇକ, ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଏବଂ ନାଗାଲାଣ୍ଡ ରାଜ୍ୟପାଳ ପଦ୍ମନାଭ ଆଚାର୍ଯ୍ୟ ଏବଂ ତ୍ରିପୁରା ରାଜ୍ୟପାଳ କ୍ୟାପ୍ଟେନ ସିଂହ ସୋଲଙ୍କିଙ୍କ କାର୍ଯ୍ୟାଳ ଶେଷ ହେବାକୁ ଯାଉଛି। ତେଣୁ ବିହାର ରାଜ୍ୟପାଳ ଭାବେ ଫଗୁ ଚୌହାନ, ତ୍ରିପୁରା ରାଜ୍ୟପାଳ ଭାବେ ରମେଶ ବୈଶ ଏବଂ ନାଗାଲାଣ୍ଡ ରାଜ୍ୟପାଳ ଭାବେ ଆରଏନ ରବିଙ୍କୁ ନିଯୁକ୍ତି ଦିଆଯାଇଛି।

- Advertisement -

ସୂଚନା ଅନୁସାରେ ୫ ଅନ୍ୟ ରାଜ୍ୟର ରାଜ୍ୟପାଳ ଆସନ୍ତା ଦୁଇ ମାସରେ ଅବସର ନେବେ। ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୯ରେ ଶେଷ ହେଉଥିବାବେଳେ ଗୋଆ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୦, କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲାଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧, ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ କାର୍ଯ୍ୟାଳ ସେପ୍ଟେମ୍ବର ୩ ଏବଂ କେରଳ ରାଜ୍ୟପାଳ ପି ସଦାଶିବମଙ୍କ କାର୍ଯ୍ୟାଳ ସେପ୍ଟେମ୍ବର ୪ରେ ଶେଷ ହେଉଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories