www.samajalive.in
Tuesday, December 9, 2025
23.1 C
Bhubaneswar

ମଶା ଦାଉରୁ ମିଳିବ ମୁକ୍ତି, ଉପାୟ ଖୋଜି ବାହାରକଲା ଚୀନ

ବେଜିଂ : ମଶା ଆଉ ଆପଣଙ୍କ ନୀଦରେ ବ୍ୟାଘାତ ସୃଷ୍ଟି କରିପାରିବେ ନାହିଁ। ମସାଙ୍କ ଦାଉରୁ ମୁକ୍ତି ମିଳିବ। କାରଣ ମଶା ପ୍ରଜାତିକୁ ସମୂଳେ ନଷ୍ଟ କରିବା ପାଇଁ ଚୀନ ବୈଜ୍ଞାନିକମାନେ ଏକ ଉପାୟ ବା କୌଶଳ ଖୋଜି ବାହାର କରିଛନ୍ତି। ଏନେଇ ଚୀନ ବୈଜ୍ଞାନିକମାନଙ୍କ ପରୀକ୍ଷା ସଫଳ ହୋଇଛି।
ଚୀନ ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ଉପାୟ ବା କୌଶଳର ପ୍ରୟୋଗ କରି ଦୁଇଟି ଦ୍ୱୀପରୁ ମଶାଙ୍କୁ ସମୂଳେ ନଷ୍ଟ କରିଦେଇଛନ୍ତି। ତେବେ ଏଥିପାଇଁ ସେମାନଙ୍କୁ ୨ ବର୍ଷ ସମୟ ଲାଗିଛି। ବିଜ୍ଞାନ ପତ୍ରିକା ‘ନେଚର’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚୀନ ବୈଜ୍ଞାନିକମାନେ ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଇନକମ୍ପାଟିବଲ ଏବଂ ଷ୍ଟାରାଇଲ ଇନସେକ୍ଟ (ଆଇଆଇଟି/ଏସଆଇଟି) ଉପାୟକୁ ମିଳାଇ ପ୍ରୟୋଗ କରିଥିଲେ। ଏହି ଦୁଇ ଉପାୟରେ ଗୁଆଙ୍ଗଝା ସହର ପର୍ଲ ନଦୀ କୂଳରେ ଥିବା ଦୁଇଟି ଦ୍ୱୀପରୁ ଏସିଆନ ଟାଇଗର ନାମକ ମଶା ପ୍ରଜାତିକୁ ସମୂଳେ ନଷ୍ଟ କରିଦେଇଛନ୍ତି। ଏସଆଇଟି ଉପାୟରେ ରେଡିଏସନ ମାଧ୍ୟମରେ ମଶାଙ୍କୁ ନପୁଷକ କରିଦିଆଯାଏ। ଫଳରେ ମାତ୍ର କିଛି ଦିନ ମଧ୍ୟରେ ମଶା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାନ୍ତି। ଏହି ପ୍ରକ୍ରିୟାରେ ଚୀନ ବୈଜ୍ଞାନିକମାନେ ୱେଲ୍ୱାଚିୟା ବ୍ୟାକ୍ଟିରିଆକୁ ବ୍ୟବହାର କରିଥିଲେ। ବୈଜ୍ଞାନିକଙ୍କ କହିବା ଅନୁସାରେ ମଶା ଯୋଗୁ ଜୀକା, ମେଲେରିଆ, ଡେଙ୍ଗୁ ମଳି ରୋଗ ବ୍ୟାପୁଛି। ଏଭଳି ରୋଗରୁ ମୁକ୍ତି ପାଇବା ପାଇଁ ଚୀନର ଏହି ପ୍ରୟୋଗ ଫଳପ୍ରଦ ହୋଇଛି। ଚୀନ ଏବେ ନିଜର ଅନ୍ୟ ସହରରେ ଏହି କୌଶଳର ପ୍ରୟୋଗ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories