www.samajalive.in
Wednesday, December 10, 2025
23.1 C
Bhubaneswar

୧୮ ପଡ଼ାକୁ ମିଳିବ ରାଜସ୍ବ ଗ୍ରାମ ମାନ୍ୟତା

ଭୁବନେଶ୍ୱର: ହୀରାକୁଦ ବନ୍ଧ ନିର୍ମାଣବେଳେ ଝାରସୁଗୁଡ଼ା ଜିଲାରୁ ବାସଚ୍ୟୁତ ୧୮ଟି ପଡ଼ାଗ୍ରାମକୁ ଖୁବଶୀଘ୍ର ରାଜସ୍ବ ଗ୍ରାମର ମାନ୍ୟତା ମିଳିବ ବୋଲି ବିଧାନସଭାରେ କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାଣ୍ଡି।
ହୀରାକୁଦ ବନ୍ଧ ନିର୍ମାଣବେଳେ ବାସଚ୍ୟୁତଙ୍କୁ ଥଇଥାନ ଦିଗରେ ସରକାରୀ ଅବହେଳା ନେଇ ଆଜି ବିଧାନସଭାରେ ବିଧାୟକ କିଶୋର ଚନ୍ଦ୍ର ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ସମ୍ବଲପୁରଠାରେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ସମ୍ବଲପୁର ଜିଲାର ୪୬ଟି ରାଜସ୍ବ ଗ୍ରାମ ସମ୍ପୂର୍ଣ୍ଣ/ଆଂଶିକ ଜଳମଗ୍ନ ହୋଇଥିଲା। ସେହି ଗ୍ରାମର ବାସିନ୍ଦାମାନଙ୍କ ଉପର ଅଞ୍ଚଳକୁ ନିଆଯାଇ ୩୨ଟି ଗ୍ରାମରେ ଥଇଥାନ କରାଯାଇଥିଲା ଓ ସମସ୍ତ ୩୨ଟି ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦିଆଯାଇସାରିଛି। ସେହିପରି ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଝାରସୁଗୁଡ଼ା ଜିଲାର ୧୯ଟି ରାଜସ୍ବ ଗ୍ରାମ ଜଳମଗ୍ନ ହୋଇଥିଲା। ସେହି ଗ୍ରାମର ବାସିନ୍ଦାଙ୍କୁ ଉପର ଅଞ୍ଚଳକୁ ନିଆଯାଇ ୧୯ଟି ବସତିରେ ଥଇଥାନ କରାଯାଇଥିଲେ ହେଁ ଝାରସୁଗୁଡ଼ା ତହସିଲର ଭୁରଶୁଣ୍ଡ କେବଳ ରାଜସ୍ବ ଗ୍ରାମର ମାନ୍ୟତା ପାଇସାରିଛି। ଅବଶିଷ୍ଟ ପଡ଼ାଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେଉଛନ୍ତି। ଅତିରିକ୍ତ ପ୍ରଶ୍ନ ଜରିଆରେ ବିଧାୟକ ଦେବେଶ ଆଚାର୍ଯ୍ୟ, ରୋହିତ ପୂଜାରୀ, କିଶୋରଚନ୍ଦ୍ର ନାୟକ ପ୍ରମୁଖ ଭଟଲି ଓ ଅତାବିରାରେ ବିସ୍ଥାପିତଙ୍କୁ ଆର୍ଥିକ ସହାୟତାରୁ ବଞ୍ଚିତ କରାଯାଉଛି, ବାସଚ୍ୟୁତଙ୍କୁ ଥଇଥାନ ପରେ ସେମାନଙ୍କ କଥା ସରକାର ଭୁଲିଯାଇଛନ୍ତି ବୋଲି ଅଭିଯୋଗ କରିଥିଲେ। ତେବେ ଏହା ଉପରେ ରୁଲିଂ ଦେଇ ବାଚସ୍ପତି କହିଥିଲେ ଯେ ହୀରାକୁଦ ଚାରିପଟେ ବୁଡ଼ି ଅଞ୍ଚଳରେ ବହୁ ସମସ୍ୟା ରହିଛି। ମନ୍ତ୍ରୀ ଅଧିକାରୀଙ୍କୁ ଡାକି ସେସବୁ ଗ୍ରାମ କିପରି ରାଜସ୍ବ ଗ୍ରାମରେ ପରିଣତ ହେବ ଓ ଲୋକଙ୍କୁ ‌କିପରି ସହାୟତା ପ୍ରଦାନ କରାଯିବ ସେ ବିଷୟରେ ଆଲୋଚନା କରିବାକୁ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ ଏ ବିଷୟରେ ବୈଠକ ଡ଼ାକି ସେ ନିଶ୍ଚିତ ଭାବେ ଆଲୋଚନା କରିବେ

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories