କେନ୍ଦୁଝରଗଡ଼/କେନ୍ଦୁଝର : କେନ୍ଦୁଝର ସଦର ଫରେଷ୍ଟ ରେଞ୍ଜ ଅଧୀନ କୁସୁମିତା ଗ୍ରାମର କସିରାସାହିରେ ବୁଧବାର ରାତି ପ୍ରାୟ ୧୦ଟାରେ ଗୋଠଖଣ୍ଡିଆ ହୋଇ ବୁଲୁଥିବା ଦନ୍ତାହାତୀ ନାରଖାର କରିଛି। ଜଣେ ୧୪ବର୍ଷ ବାଳକର ପେଟକୁ ଦାନ୍ତରେ ଭୁସିଦେବାରୁ ସେ ଗୁରୁତର ଆହତ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସାହିର ଦନାର ମୁଣ୍ଡାଙ୍କ ପୁଅ ରାୟନ ପଡ଼ୋଶୀଙ୍କ ଘରେ ଶୋଇଥିଲା। ଉକ୍ତ ଘରର ଝରକାରେ କେବଳ ଇଟା ଜମା ହୋଇ ରଖାଯାଇଥିଲା। ଦନ୍ତାଟି ବୁଧବାର ରାତି ପ୍ରାୟ ୧୦ଟାରେ ଉକ୍ତ ଝରକାରେ ଥିବା ଇଟାକୁ ଶୁଣ୍ଢରେ ଠେଲି ଦେଇଥିଲା। ଘରେ ଶୋଇଥିବା ରାୟନ ହାତୀ କବଳରୁ ରକ୍ଷା ନିମନ୍ତେ ବାହାରକୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଦନ୍ତାଟି ରାୟନର ପେଟକୁ ଦାନ୍ତରେ ଭୁସି ଗୁରୁତର ଆହତ କରିଥିଲା। ସେହି ଘରେ ଶୋଇଥିବା ଅନ୍ୟ ୫ଜଣ ଦନ୍ତା ଆକ୍ରମଣରୁ ରକ୍ଷା ପାଇଥିଲେ।
Popular Categories



