ପୁଣି ଭାରରେ ବୁହା ହେଲେ ରୋଗୀ

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଳକ ଅନ୍ତର୍ଗତ ଲକ୍ଷ୍ମୀପୁର ବୁର୍ଜା ପଞ୍ଚାୟତର କୁତୁକାଝଲା ଗ୍ରାମର ଗାଁକୁ ରାସ୍ତା ନଥିବା କାରଣରୁ ଜଣେ ମହିଳା ରୋଗୀଙ୍କୁ ୩ କିଲୋମିଟର ଭାରରେ ବୋହି ଆଣିଥିବା ସୂଚନା ମିଳିଛି। କୁତୁକାଝଲା ଗ୍ରାମର ଦେବ ମିଣିଆକାଙ୍କ ସ୍ତ୍ରୀ ସମି ମିଣିଆକାଙ୍କର ଦୁଇମାସ ତଳେ କୋରାପୁଟ ମେଡିକାଲରେ ସିଜରିଂ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଯାହା ତାଙ୍କର ଚତୁର୍ଥ ସନ୍ତାନ ଥିଲା। କିନ୍ତୁ ଗୁରୁବାର ସିଜରିଂ ହୋଇଥିବା ସ୍ଥାନରେ ଯନ୍ତ୍ରଣା ହୋଇଥିଲା। କିନ୍ତୁ ଗ୍ରାମକୁ ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ କିଛି ଗାଡ଼ି ମୋଟର ଯିବା ଅସମ୍ଭବ ହୋଇପଡିଥିଲା। ଏପରିକି ଗାଁରେ ମୋବାଇଲ ନେଟୱାର୍କ ନାହିଁ। ତେଣୁ ତାଙ୍କୁ ପ୍ରାୟ ୩କିଲୋମିଟ ଦୂର ଏକ ଭାରରେ ବୋହି ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା। ସମି ମିଣିଆକାଙ୍କ ସ୍ୱାମୀ ଦେବଙ୍କ ସହିତ ଅନ୍ୟ କିଛି ବ୍ୟକ୍ତି ମିଶି ତାଙ୍କୁ ଭାରରେ ନାଳଚୁଆ ନିକଟସ୍ଥ ଲକ୍ଷ୍ମୀପୁର-ନାରାୟଣପାଟଣା ମୁଖ୍ୟ ରାସ୍ତାକୁ ଆଣିବା ପରେ ଲକ୍ଷ୍ମୀପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଟୋରେ ଅଣାଯିବା ପରେ ତାଙ୍କର ଚିକିତ୍ସା କରାଯାଇଥିଲା।

kalyan agarbati

Comments are closed.