www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଆବାସି ଗିରଫ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ନେତା ଶାହିଦ ଖାକାନ ଆବାସିଙ୍କୁ ଇସଲାମାବାଦସ୍ଥିତ ଟୋ-ପ୍ଲାଜାରୁ ଗୁରୁବାର ଗିରଫ କରାଯାଇଛି। ପୂର୍ବତନ ପ୍ରଧନାମନ୍ତ୍ରୀ ଶାହିଦ ଖାକାନଙ୍କୁ ନ୍ୟାସନାଲ ଆକାଣ୍ଟିବିଲିଟି ବ୍ୟୁରୋ (ଏନଏବି) ଏଲଏନଜି ମାମଲାରେ ଗିରଫ କରିଥିବା ସୂଚନା ମିଳିଛି।
ଏନଏବି ଗିରଫଦାରୀ ୱାରେଣ୍ଟ ଅନୁସାରେ ଆବାସି ନ୍ୟାସନାଲ ଆକାଉଣ୍ଟିବିଲିଟି ଅର୍ଡିନାନ୍ସ ୧୯୯୯ ଧାରା ୯ରେ ଦୁର୍ନୀତି ଅଭିଯୁକ୍ତ ଅଛନ୍ତି। ପାକିସ୍ତାନ ମୁସଲିମ ଲିଗ ନୱାଜର ଅଧ୍ୟକ୍ଷ ଶାହାବାଜ ଶରିଫଙ୍କ ଦ୍ୱାରା ଲାହୋରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାକୁ ଶାହିଦ ଖାକାନ ଯାଉଥିବାବେଳେ ତାଙ୍କୁ ଗିରଫ କରାଯାଇଛି। ପିଏମଏଲଏନ ନେତା ଏହସାନ ଇକବାଲ ଏହି ଗିରଫଦାରୀର ସୂଚନା ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories