www.samajalive.in
Sunday, December 7, 2025
26.1 C
Bhubaneswar

କେଜରିୱାଲଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ଅନାଧିକୃତ କଲୋନି ଗୃହ ହେବ ପଞ୍ଜିକୃତ

ନୂଆଦିଲ୍ଲୀ : ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ଅନାଧିକୃତ କଲୋନିରେ ରହୁଥିବା ଲୋକଙ୍କୁ ଖୁସି ଖବର ଦେବା ପୂର୍ବକ ବଡ଼ ଘୋଷଣା କରିଛନ୍ତି। ଏଣିକି ଅନାଧିକୃତ କଲୋନିର ଘର ସବୁ ପଞ୍ଜିକୃତ ହେବ ବୋଲି କେଜରିୱାଲ ଘୋଷଣା କରିଛନ୍ତି।
ଅରବିନ୍ଦ କେଜରିୱାଲ ଗୁରୁବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଆଜି ପର୍ଯ୍ୟନ୍ତ ଅନାଧିକୃତ କଲୋନିରେ ରହୁଥିବା ଲୋକଙ୍କ ସହ ଠକାମି ହେଉଥିଲା। ତେଣୁ ଅନାଧିକୃତ କଲୋନିର ଗୃହ ସବୁ ପଞ୍ଜିକରଣ କରିବା ପାଇଁ ୨୦୧୫ରେ ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ର ନିକଟକୁ ପଠାଇଥିଲୁ। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଅବସରରେ କେଜରିୱାଲ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହେଲେ, ଅନାଧିକୃତ କଲୋନିରେ ରହୁଥିବା ଲୋକେ ଘରର ମାଲିକାନସତ୍ୱ ପାଇବେ। ଏବେ ଦିଲ୍ଲୀରେ ୧,୭୯୭ଟି ଅନାଧିକୃତ କଲୋନି ରହିଛି। କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ଦିଲ୍ଲୀ ସରକାର ଏହି ଅନାଧିକୃତ କଲୋନି ଗୃହଗୁଡ଼ିକର ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ କରିବେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories