ମୁମ୍ବାଇ : ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକ ମଙ୍ଗଳବାର ପୂର୍ବାହ୍ନରେ ଭୁଶୁଡି ପଡିଛି। ଏନଡିଆରଏଫ ଟିମ୍ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଟ୍ଟାଳିକର ଭଗ୍ନାବଶେଷରେ ୪୦ ଜଣ ଲୋକ ଦବି ରହିଥିବା ଅଶଙ୍କା କରାଯାଉଛି ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୂର୍ବାହ୍ନ ପ୍ରାୟ ୧୧ଟା ୪୦ ମିନିଟରେ ଏହି ଅଟ୍ଟାଳିକା ଭୁଶୁଡି ପଡିଥିଲା। ଏହି ଅଟ୍ଟାଳିକାକୁ ବିପଦସଙ୍କୁଳ ବୋଲି ଘୋଷଣା କରାଯାଇଥିଲା। ଏହି ଅଟ୍ଟାଳିକାଟି ୮୦ ରୁ ୧୦୦ ବର୍ଷ ପୁରୁଣା ହେବ ବୋଲି ଅନୁମାନ କରାଯାଉଛି । ଏଥିରେ ୮ ରୁ ୧୦ ପରିବାର ରହୁଥିଲେ।



