ଯୁବତୀଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଜଣେ ଅଟକ

ଯୋଡା : କେନ୍ଦୁଝର ଜିଲା ଯୋଡ଼ା ପୌରପରିଷଦ ଅନ୍ତର୍ଗତ ବନେଇକଳା ବସ୍ତିରେ ଜଣେ କନ୍ୟାଙ୍କୁ ବ୍ଲାକମେଲିଂ, ମାନସିକ ଉତ୍ପୀଡନ, ଅଶ୍ଳୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ସୋମବାର ପୁଲିସ ଅଟକ ରଖି ପଚରା ଉଚରା କରୁଛି। ଚଳିତ ମାସ ୧୪ ତାରିଖରେ ପୀଡିତାଙ୍କ ପକ୍ଷରୁ ଏ ସମ୍ବନ୍ଧରେ ଯୋଡା ଥାନାରେ ଆଗତ ଅଭିଯୋଗ ଆଧାରରେ ପୁଲିସ ଜୈନିକ ଅଭିଯୁକ୍ତଙ୍କୁ ଅଟକ ରଖି ଅଶ୍ଳୀଳ ଭିଡିଓ ସମ୍ବନ୍ଧରେ ଯାଞ୍ଚ କରୁଥିବା ଖବର ମିଳିଛି।
ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଦୁଇ ଜଣ ଯୁବକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବାର ଧମକ ଦେଇ ଦଶରୁ ବାର ଲକ୍ଷ ଟଙ୍କା ଦାବି କରିବା ସହ ତାଙ୍କ ବାପାଙ୍କୁ ଜୀବନରୁ ମାରିଦେବାର ଧମକ ଦେଉଛନ୍ତି। ପୀଡିତାଙ୍କ ଅଭିଯୋଗ ଆଧାରରେ ଯୋଡା ଥାନା କେଶ ନମ୍ବର ୧୦୯/୨୦୧୯ ଅନୁଯାୟୀ ଏ ସମ୍ବନେ୍ଧ ଏକ ମାମଲା ଋଜୁ କରାଯାଇ ଏଭଳି ସମ୍ବେଦନଶୀଳ ଘଟଣା ସମ୍ବନେ୍ଧ ଯୋଡା ଥାନା ପକ୍ଷରୁ ଜଣଙ୍କୁ ଅଟକ ରଖାଯାଇ ଅତ୍ୟନ୍ତ ସନ୍ତର୍ପଣରେ ଅଭିଯୋଗର ଯାଞ୍ଚ କରାଯାଉଥିବାର ଖବର ମିଳିଛି।

Comments are closed.